ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ ଶଳା ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହେବା ପରେ ଭିଣୋଇ ଶଳାକୁ ଏକ କାଠ ଠେଙ୍ଗାରେ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ।

ଏକ ପାହାର ଦେବା ପରେ ଶଳା ଗୁରୁତର ହୋଇପଡିଥିଲେ । ତବେ ତାଙ୍କୁ ଗୁରୁତର ଅବସ୍ଥାରେ ଗୁଣପୁର ଡାକ୍ତଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ରମେଶ ଚୌଧୁରୀ , ବୟସ ୪୦ ବୋଲି ଜଣାପଡିଛି । ସେ ତାଙ୍କ ଭଉଣୀ ଲକ୍ଷ୍ମୀ ଚୌଧୁରୀ ଘରକୁ ଆସିଥିଲେ। ଲକ୍ଷ୍ମୀ ଚୋଧୁରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ନର୍ସ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ଗତ ଦୁଇଦିନ ଧରି ଏଭଳି ଝଗଡା ଚାଲିଥିବା ସ୍ଥାନୀୟ ଲୋକେ କହିଥିବା ଦେଖିବାକୁ ମିଳିଛି। ଆଜି ଲକ୍ଷ୍ମୀଙ୍କ ସ୍ୱାମୀ ନାଗଲାପିଲି ମୁରଲୀଙ୍କ ସହ ତାଙ୍କ ଭାଇ ରମେଶ ଚୌଧୁରୀଙ୍କ କଥାବାର୍ତ୍ତା ଯୁକ୍ତିତର୍କ ବଢିଯାଇଥିଲା, ସେତେବେଳେ ତାଙ୍କ ସ୍ୱାମୀ ମୁରଲୀ ଏକ କାଠ ଠେଙ୍ଗାରେ ତାଙ୍କ ଶଳା ରମେଶଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ । ଗୁଣୁପୁର ପୋଲିସ୍ ପାଖରେ ହତ୍ୟାକାରୀ ଭିଣୋଇ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri