Categories: ଫୁରସତ

ରୀତିନୀତି ପାଳନ କରିବେ କ’ଣ, ସତସତିକା ନିମ୍ବ ବାଡ଼ିରେ ନୂଆ ଭାଉଜଙ୍କୁ ପିଟିବାକୁ ଲାଗିଲେ ଦିଅର; ପରେ ଘଟିଲା…

ଦେଶର ବିଭିନ୍ନ ସ୍ଥାନରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ରହିଛି। ବେଳେବେଳେ ସେଗୁଡ଼ିକ ବହୁତ ମଜାଦାର ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ବିବାହ ସମାରୋହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରୀତିନୀତି ମୁତାବକ ଭାଉଜଙ୍କୁ ବାଡି ମାରିବା ବଦଳରେ ଦିଅର ସତସତିକା ପିଟୁଥିବା ଦେଖିବାକୁ ମିଳିଛି। ଏହାପରେ ବର ରାଗିଯାଇ ଭାଇଙ୍କୁ ମାଡ ମାରୁଥିବା ଦେଖାଯାଇଛି।

ଭିଡିଓଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନ ଥିଲେ ହେଁ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହୋଇଛି। ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି। କିଛି ଲୋକ ଭିଡିଓ ଦେଖି ହସୁଥିବା ଇମୋଜି ଦେଇଥିବା ବେଳେ କିଛି ନବବଧୂଙ୍କୁ ପିଟିବାର ଏଭଳି ପରମ୍ପରା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଭାଇରାଲ ଭିଡିଓରେ ଦିଅର ଭାଉଜ ପରସ୍ପରକୁ ନିମ୍ବ ଡାଳରେ ପିଟୁଥିବା ଦେଖାଯାଉଛି। ପ୍ରଥମରେ ସବୁକିଛି ସାଧାରଣ ଭଳି ଲାଗୁଥିଲେ ହେଁ କିଛି ସେକେଣ୍ଡ ପରେ ସବୁକିଛି ବଦଳିଯାଉଛି। ଦେଖୁଦେଖୁ ମିଛମିଛକା ନୁହେଁ ବରଂ ସତରେ ଭାଉଜଙ୍କୁ ଦିଅର ଜୋର୍‌ରେ ପିଟିବାରେ ଲାଗୁଛନ୍ତି। ଏହାଦେଖି ସେଠାରେ ଉପସ୍ଥିତ ଅନ୍ୟମାନେ ଚକିତ ହୋଇଯାଉଛନ୍ତି। ଏପରିକି ନବବଧୂ ମଧ୍ୟ କିଛି ବୁଝିପାରୁ ନାହାନ୍ତି। ଠିକ୍‌ ସେତିକି ବେଳେ ବର ସେଠାରେ ପହଞ୍ଚି ଭାଇଙ୍କୁ ପିଟୁଛନ୍ତି। ଏହା ଦେଖିବାକୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଛି। ଶେଷରେ ବରର ମା’ ଘଟଣାସ୍ଥଳରେ ପହଞ୍ଚି ଉଭୟ ପୁଅଙ୍କୁ ବୁଝାସୁଝା କରୁଛନ୍ତି। ଏପରି ଭାବେ ବିବାହର ଉକ୍ତ ରୀତିନୀତି ଶେଷ ହେଉଛି।

Share