ରାଖୀ ପୂର୍ବରୁ ସାରାଙ୍କୁ ଉପହାର ଦେଲେ ଅର୍ଜୁନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରାଙ୍କ ରାଖୀ ପୂର୍ବରୁ ଉପହାର ଦେଇଛନ୍ତି ଭାଇ ତଥା କ୍ରିକେଟର୍‌ ଅର୍ଜୁନ ତେନ୍ଦୁଲକର। ଅର୍ଜୁନ ଭଉଣୀଙ୍କୁ ଏକ ହ୍ୟାଣ୍ଡ୍‌ବ୍ୟାଗ୍‌ ଉପହାର ଦେଇଛନ୍ତି। ଏହାର ଫଟୋ ସାରା ଇନ୍‌ଷଗଟାଗ୍ରାମରେ ଶେୟାର କରି ଭାଇକୁ ଧନ୍ୟବାଦ ଦେଇଛନ୍ତି। ସାରା ଫଟୋ କ୍ୟାପସନରେ ଲେଖିଛନ୍ତି, ରାଖୀ ପୂର୍ବରୁ ଉପହାର ପାଇଁ ମୋର ସାନ ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଧନ୍ୟବାଦ।
ସେ ଲାଲ ଲେହେଙ୍ଗାରେ ଖୁବ ସୁନ୍ଦର ଦେଖାଯାଉଥିଲେ। ସାରା ଖୁବଶୀଘ୍ର ବି-ଟାଉନରେ ପାଦ ଥାପି ପାରନ୍ତି। ୨୦୨୧ ଡିସେମ୍ବର ମାସରୁ ମଡେଲିଂ କରୁଥିବା ସାରା ନିଜର କ୍ୟୁଟ ଓ ଷ୍ଟାଇଲିଶ ସ୍ବାଭାବକୁ ନେଇ ବେଶ ପରିଚିତ। ଇନଷ୍ଟାଗ୍ରାମରେ ସାରା ସବୁବେଳେ ନିଜର ଅପଡେଟ ଫଟୋ ପୋଷ୍ଟ କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨.୨ ନିୟୁତ ଫଲୋଅର୍ସ ଅଛନ୍ତି।
ସାରା ଅଭିନୟ କରିବାକୁ ବେଶ ଆଗ୍ରହୀ। ଏପରି କି ସେ ଅଭିନୟ ପାଇଁ କିଛି କ୍ଲାସ ମଧ୍ୟ ନେଇଛନ୍ତି। ସବୁବେଳେ ଚୁପଚାପ ରହୁଥିବା ସାରା ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ସରପ୍ରାଇଜ ଦେବା ମୁଡରେ ଅଛନ୍ତି। ସାରାଙ୍କ ପାଖରେ ଅନେକ ଗୁଣ ରହିଛି। ତାଙ୍କ ବାପା ମା’ ମଧ୍ୟ ସାରାଙ୍କ ଉପରେ କୌଣସି କଟକଣା ଲଗାଇ ନାହାନ୍ତି। ସେ ନିଜ ଇଚ୍ଛାରେ ନିଷ୍ପତ୍ତି ନେଉଥିବା ବେଳେ ଏହାକୁ ସଚିନ ଓ ଅଞ୍ଜଳୀ ମଧ୍ୟ ସମର୍ଥନ କରୁଛନ୍ତି। ସାରା ମୁମ୍ବାଇରେ ଥିବା ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ଶିକ୍ଷା ଲାଭ କରିଛନ୍ତି। ଏହାପରେ ସେ ୟୁନିଭର୍ସିଟି କଲେଜ ଅଫ ଲଣ୍ଡନରୁ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri