Posted inଫୁରସତ

ଭାଇ ଭଉଣୀଙ୍କ ମ୍ୟାଚିଂ ଟି-ଶାର୍ଟ

କୁଲ୍‌ କମ୍ଫଟେବଲ୍‌ ଲୁକ୍‌ ଦିଏ ଟି-ଶାର୍ଟ। ଯେ କୌଣସି ଅକେଜନ୍‌ ହେଉନା କାହିଁକି ଜିନ୍ସ ଟି-ଶାର୍ଟ ପିନ୍ଧି ଖୁବ୍‌ କମ୍‌ ସମୟରେ ନିଜକୁ ପ୍ରସ୍ତୁତ କରିହୁଏ। ସେଥିପାଇଁ ଉଭୟ ଯୁବତୀଯୁବକଙ୍କର ଏହା ଭାରି ପ୍ରିୟ। ଖାସ୍‌ ଏହାକୁ ହିଁ ଲକ୍ଷ୍ୟ କରି ରାଖୀ ଭଲି ବିଶେଷ ଅବସରରେ ଉଭୟ ଭାଇଭଉଣୀ ପିନ୍ଧି ପାରିଲା ପରି କିଛି ମ୍ୟାଚିଂ ଟି-ଶାର୍ଟ
ଏବେ ଆସିଲାଣି; ଯାହା ଦେଖିବାକୁ ଟ୍ରେଣ୍ଡି ଲାଗିବା ସହ
ଏଥିରେ ଥିବା ପ୍ରିଣ୍ଟ କିଛି ବାର୍ତ୍ତା ଦେଇଥାଏ…
* ବ୍ରଦର ସିଷ୍ଟର ଟି-ଶାର୍ଟ: ଖାଲି ବ୍ରଦର ସିଷ୍ଟର ଲେଖା ହୋଇଥିବା ଟି-ଶାର୍ଟକୁ ବି ରାଖୀ ଦିନ ପିନ୍ଧି ଭାଇଭଉଣୀ ସୁନ୍ଦର ଦେଖାଯିବା ସହ ପରସ୍ପର ପ୍ରତି ଥିବା ଭଲପାଇବା ଓ ଶ୍ରଦ୍ଧାକୁ ନିଆରା ଭାବେ ପ୍ରକାଶ କରିପାରିବେ।
* ସିସ୍‌ ନଂ ୧- ବ୍ରୋ ନଂ ୧: ରାଖୀ ଅବସରରେ ଉଭୟ ଭଉଣୀଭାଇ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ପିନ୍ଧି ନିଜକୁ ଖାସ୍‌ ଲୁକ୍‌ ଦେଇପାରିବେ ଆଉ ଫଟୋ ଉଠାଇ ଏହି ଖୁସିର ମୁହୂର୍ତ୍ତକୁ ସବୁଦିନ ପାଇଁ ନିଜ ପାଖେ ସାଇତି ରଖିପାରିବେ। କେବଳ ରାଖୀ କାହିଁକି ଅନ୍ୟ ଯେ କୌଣସି ସମୟରେ ବି ଭାଇଭଉଣୀ ଏହି ଟି-ଶାର୍ଟକୁ ଆରାମରେ କ୍ୟାରି କରିବାରେ କିଛି ଅସୁବିଧା ନାହିଁ।
* ଆଇ ଲଭ୍‌ ମାଇଁ ସିଷ୍ଟର- ଆଇ ଲଭ୍‌ ମାଇଁ ବ୍ରଦର: ଉଭଣୀଭାଇଙ୍କ ଭିତରେ ଥିବା ସ୍ନେହଭରା ଭଲପାଇବାର ସତରେ ତୁଳନା ନାହିଁ। ମୁହଁରେ ପ୍ରକାଶ କରି ନ ପାରିଲେ ବି ବିପଦ ଆପଦବେଳେ ଭଉଣୀଟିଏ ଭାଇ ପାଇଁ କିମ୍ବା ଭାଇଟିଏ ଭଉଣୀପାଇଁ ସାହାର ହୋଇ ଠିଆ ହୋଇଥାଏ। ଏହା ହିଁ ତ ପ୍ରକୃତ ଭଲ ପାଇବା। ତେଣୁ ନିଜ ପ୍ରିୟ ଭାଇ କିମ୍ବା ଭଉଣୀକୁ ରାଖୀ ଅବସରରେ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ଗିଫ୍ଟ କରି ନିଆରା ଖୁସିକୁ ସାଉଁଟିପାରିବେ।
* ଆଇ ହାଭ୍‌ ବେଷ୍ଟ ସିଷ୍ଟର- ଆଇ ହାଭ୍‌ ବେଷ୍ଟ ବ୍ରଦର: ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ବି ଭଉଣୀଭାଇଙ୍କର ନିଆରା ଭଲ ପାଇବାକୁ ଦର୍ଶାଇଥାଏ। ତେଣୁ ରାଖୀ ହେଉ ଅଥବା ଅନ୍ୟ ଯେ କୌଣସି ସମୟରେ ଭଉଣୀଭାଇ ଚାହିଁଲେ ଏଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଟି-ଶାର୍ଟ ପିନ୍ଧି ପରସ୍ପର ପ୍ରତି ଥିବା ଭଲ ପାଇବା ଓ ଦାୟିତ୍ୱବୋଧକୁ ପରିପ୍ରକାଶ କରିପାରିବେ।
* ଏସବୁ ବ୍ୟତୀତ ଆହୁରି ଅନେକ ମନକୁ ଛୁଇଁଗଲା ଭଳି ଟ୍ୟାଗ୍‌ ଲାଇନ୍‌ ଥିବା ଭଉଣୀଭାଇଙ୍କ ମ୍ୟାଚିଂ ଟି-ଶାର୍ଟ ବି ମିଳୁଛି। ଯେମିତିକି ‘ଓ୍ବାଲର୍‌ଡସ୍‌ ବେଷ୍ଟ ବ୍ରୋ-ସିସ୍‌’, ‘ଓ୍ବାଲର୍‌ଡ ଗ୍ରେଟେଷ୍ଟ ବ୍ରଦର ଏଭର୍‌- ଓ୍ବାଲର୍‌ଡ ଗ୍ରେଟେଷ୍ଟ ସିଷ୍ଟର ଏଭର୍‌’, ‘ବେଷ୍ଟ ସିଷ୍ଟର-ବେଷ୍ଟ ବ୍ରଦର୍‌, ‘ଫୁଲ୍‌ ରେସ୍‌ପେକ୍ଟ ଭାଇ- ଫୁଲ୍‌ ରେସ୍‌ପେକ୍ଟ ବେହେନ’, ‘କୁଲ୍‌ ଭାଇ କି କ୍ୟୁଟ୍‌ ବେହେନ୍‌- କ୍ୟୁଟ୍‌ ବେହେନ କି କୁଲ୍‌ ଭାଇ’, ‘ଫୁଲୋ କା ତାରୋ କା ସବ୍‌କା କେହେନା ହୈ- ଏକ୍‌ ହଜାରୋ ମେ ମେରି ବେହେନା ହୈ’, ‘ବେଷ୍ଟ ବ୍ରଦର୍‌ ଏଭର୍‌- ବେଷ୍ଟ ସିଷ୍ଟର୍‌ ଏଭର୍‌’ ଇତ୍ୟାଦି ଅନ୍ୟତମ।
* ଅନ୍ୟପକ୍ଷେ ଭଲପାଇବା ସତ୍ତ୍ୱେ ବି ବେଳେବେଳେ ଭାଇଭଉଣୀ ପରସ୍ପରକୁ ଚିଡ଼ାଇଥାନ୍ତି। ଏମିତି କ୍ଷେତ୍ରରେ ଭାଇଭଉଣୀକୁ ସୁହାଇଲା ଭଳି କିଛି କୌତୁକିଆ ଟ୍ୟାଗ୍‌ ଲାଇନ୍‌ ଥିବା ମ୍ୟାଚିଂ ଟି-ଶାର୍ଟ ବି ଏବେ ମିଳୁଛି। ଯେମିତିକି: ‘ଆଇ ଲଭ୍‌ ମାଇଁ ସିଷ୍ଟର- ବ୍ରଦର୍‌ ଫର୍‌ ସେଲ୍‌’, ‘ବ୍ରଦର: ଆଇ ମେକ୍‌ ଦ ରୁଲ୍ସ- ସିଷ୍ଟର: ଆଉ ବ୍ରେକ୍‌ ଦ ରୁଲ୍ସ’, ‘ମାଇଁ ସିସ୍‌ ହାଜ୍‌ ଦ ବେଷ୍ଟ ବ୍ରଦର ଇନ୍‌ ଦ ଓ୍ବାଲର୍‌ଡ- ମାଇଁ ବ୍ରଦର ହାଜ୍‌ ଦ ବେଷ୍ଟ ସିଷ୍ଟର ଇନ୍‌ ଦ ଓ୍ବାଲର୍‌ଡ’ ଇତ୍ୟାଦି ପ୍ରମୁଖ।
ଭଉଣୀଭାଇଙ୍କ ପାଇଁ ଉପଲବ୍ଧ ଏହି ଟି-ଶାର୍ଟଗୁଡ଼ିକରେ ଲେଖାଥିବା ଟ୍ୟାଗ୍‌ ଲାଇନ୍‌ ଯେତିକି ମନଛୁଆଁ ହୋଇଥାଏ ସେତିକି ଭାବାର୍ଥ ମଧ୍ୟ ଏଥିରେ ଭରି ରହିଥାଏ। କେବଳ ଏହାକୁ ବୁଝି ପାରିଲା ଭଳି ସରଳ ମନଟିଏର ଆବଶ୍ୟକତା
ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଟି-ଶାର୍ଟୁଗୁଡ଼ିକ କେବଳ ବଡ଼ଙ୍କ ପାଇଁ ନୁହେଁ ଛୋଟଛୋଟ ଭଉଣୀଭାଇଙ୍କ ପାଇଁ ବି ଉପଲବ୍ଧ।

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri