Categories: ଖେଳ

ଓଡ଼ିଶାକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୯।୮ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇରେ ଅନୁଷ୍ଠିତ ୨୭ତମ ଜାତୀୟ ସବ୍‌ଜୁନିୟର ଟେନିସବଲ୍‌ କ୍ରିକେଟ ଟୁର୍ନାମେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଶା ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଓ ପୂର୍ବାଞ୍ଚଳ ମଧ୍ୟରେ ସେମିଫାଇନାଲ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୮ ଓଭରରେ ୮ ଉଇକେଟ ହରାଇ ୬୩ ରନ କରିଥିଲା। ଜବାବରେ ପୂର୍ବାଞ୍ଚଳ ୭.୪ ଓଭରରେ ୬ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଓଡ଼ିଶା ଅଧିନାୟକ ଆଶିଷ ରଞ୍ଜନଙ୍କ ୨୮ ଏବଂ ଚନ୍ଦନ ପାତ୍ରଙ୍କ ୨୧ ରନ ସହାୟତାରେ ସମ୍ମାନଜନକ ସ୍କୋର କରି ପାରିଥିଲା। ବୋଲିଂରେ ଓଡ଼ିଶାର ଆଶିଷ ୨ଟି ଏବଂ ଶ୍ରବଣ ଓ ପ୍ରଭୁକଲ୍ୟାଣ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଶିଷ ରଞ୍ଜନ ଟୁର୍ନାମେଣ୍ଟର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବିବେଚିତ ହୋଇଥିଲେ।

Share