Posted inଜାତୀୟ

ଫେଲ ମାରିଲା ପାଣିପାଗ ବିଭାଗ

ଚେନ୍ନାଇ,୯।୧୧: ଗତ ୬ ତାରିଖ ରାତିରେ ଚେନ୍ନାଇରେ ୨୦ ସେଣ୍ଟିମିଟର ବର୍ଷା ହୋଇଥିଲା। ୨୦୧୫ ବନ୍ୟା ପରେ ଏଭଳି ବର୍ଷା ଦେଖି ନ ଥିଲା ଚେନ୍ନାଇ। ତେବେ ବନ୍ୟାର କ୍ଷୟକ୍ଷତିକୁ ରୋକାଯାଇ ପାରିଥାନ୍ତା। ମାତ୍ର ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ହିଁ ଫେଲ୍‌ ମାରିଥିଲା। ଏହାର କାରଣ ଭଙ୍ଗା ରାଡାର ଓ ଆଉଟ୍‌ ଡେଟେଡ୍‌ ଓ୍ବେଦର ପ୍ରିଡିକଶନ ସିଷ୍ଟମ। ଏଥିସହ ସହରରେ ୨୪ ଘଣ୍ଟା ମଧ୍ୟରେ କେତେ ବର୍ଷା ହେବ ତାହାର ସଠିକ୍‌ ଆକଳନ କରିପାରି ନ ଥିଲା।

ଚେନ୍ନାଇର ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଚେନ୍ନାଇ ଓ କାରାଇକାଲଠାରେ ଥିବା ଦୁଇଟି ରାଡାରରେ ୬ ତାରିଖରେ କାମ ଚାଲିଥିଲା। ଉଭୟ ରାଡାର ପର ଦିନ କେତେ ପରିମାଣର ବର୍ଷା ହେବ, ତାହା ଆକଳନ କରିବା ଅବସ୍ଥାରେ ନ ଥିଲା। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା, ପୁରୁଣା ଓ ବେକାର ରାଡାର। ଏଥିଯୋଗୁ ଆମକୁ ଗୋଟିଏ ସିଷ୍ଟମ ଉପରେ ନିର୍ଭର କରିବାକୁ ପଡ଼ୁଛି। ପାଣିପାଗ ଆକଳନ ପାଇଁ ଦୁଇ ପ୍ରକାର (ନାଓକାଷ୍ଟିଂ ଓ ଫୋରକାଷ୍ଟିଂ) ଟେକନିକ୍‌ ବ୍ୟବହାର କରାଯାଏ। ନାଓକାଷ୍ଟିଂ ଟେକନିକ୍‌ରେ ପବନର ବେଗ ଓ ଦିଗକୁ ନେଇ ଆଗାମୀ ୬ ଘଣ୍ଟା ମଧ୍ୟରେ ହେବାକୁ ଥିବା ପାଣିପାଗରେ ପରିବର୍ତ୍ତନର ଆକଳନ କରାଯାଏ। ସେହିଭଳି ଲମ୍ବା ସମୟ ପରେ ପାଣିପାଗରେ ହେବାକୁ ଥିବା ପରିବର୍ତ୍ତନ ଜାଣିବା ପାଇଁ ଫୋରକାଷ୍ଟିଂର ବ୍ୟବହାର ହୁଏ। ନାଓକାଷ୍ଟିଂ ପାଇଁ ଡପଲର ଓ୍ବେଦର ରାଡାର ସିଷ୍ଟମ ଓ ସାଟେଲାଇଟ୍‌ ଫଟୋକୁ ନେଇ ପାଗରେ ପରିବର୍ତ୍ତନ ଆକଳନ କରାଯାଏ।

୬ ତାରିଖରେ ଉତ୍ତର ତାମିଲନାଡୁର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି କରିଥିଲା ସ୍ଥାନୀୟ ପାଣିପାଗ ବିଭାଗ। ଏହାପରେ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ନେତୃତ୍ୱରେ ବନ୍ୟା ମୁକାବିଲା ଲାଗି ବୈଠକ ବସିଥିଲା। ରାଜ୍ୟର ଉତ୍ତର ଉପକୂଳରେ ୧୪ ଜିଲା ରହିଛି। କିନ୍ତୁ ବନ୍ୟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପୂରା ରାଜ୍ୟରେ ରେଡ୍‌ ବଦଳରେ ଅରେଞ୍ଜ ଓ୍ବାର୍ନିଂ ଜାରି କରିଥିଲା। କେଉଁ ଅଞ୍ଚଳରେ ସର୍ବାଧିକ ବର୍ଷା ହୋଇପାରେ ତାହା ମଧ୍ୟ ଦର୍ଶାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri