ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡ଼ିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ବେଲି ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହି ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। ନୋରା ଖୁବ୍‌ କମ୍‌ ସମୟ ପାଇଁ ହେଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, କିନ୍ତୁ ଏକ ସମୟରେ ସେ ଖୁବ୍‌ ଭାଙ୍ଗି ପଡ଼ିଥିଲେ। ଏପରିକି ସେ ବଲିଉଡ୍‌ ଛାଡିବାକୁ ଚିନ୍ତା ବି କରିଥିଲେ।

ନୋରାଙ୍କର ଅଙ୍ଗଦ ବେଦୀଙ୍କ ସହ ପ୍ରେମସମ୍ପର୍କ ଥିଲା। କିଛିଦିନ ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଯାହା ପରେ ଅଙ୍ଗଦ ନେହାଙ୍କୁ ବିବାହ କରିଥିଲେ। ନୋରା ଏହି ବ୍ରେକଅପ୍‌କୁ ସହି ପାରୁ ନ ଥିଲେ। ଏଥିରୁ ବାହାରିବାକୁ ତାଙ୍କୁ ବହୁ ସମୟ ଲାଗିଥିଲା।

ନୋରା ଏକ ସାକ୍ଷାତକାରରେ କହିଛନ୍ତି, ସମସ୍ତ ଝିଅ ନିଜ ଜୀବନରେ ଅତି କମ୍‌ରେ ଥରେ ବ୍ରେକଅପ୍‌ର ସାମ୍ନା କରିଥାନ୍ତି। ଏହା ମୋ’ ପାଇଁ ଟିକିଏ କଷ୍ଟସାଧ୍ୟ ଥିଲା। ମୁଁ ଭାଙ୍ଗି ପଡ଼ିଥିଲି। କିନ୍ତୁ ଏହି ଅନୁଭବ ମୋତେ ବହୁତ ବଦଳାଇଦେଲା। ଫିଲ୍ମ ‘ଭାରତ’ର ଅଡିସନ ସମୟରେ ସେ ବେଞ୍ଚରେ ବସି ହଠାତ୍‌ କାନ୍ଦିବାକୁ ଲାଗିଲେ। ଅଭିନେତ୍ରୀ ଆହୁରି କହିଛନ୍ତି- ‘ମୁଁ ୨୦୦ରୁ ୩୦୦ ଜଣଙ୍କ ମଧ୍ୟରେ ମୋର ଅଡିସନ ଦେଇଥିଲି। ତା’ପରେ ମୁଁ ଭାବିଲି, ନୋରା, ଜାଗ୍ରତ ହୁଅ! ତୁମର ଭୋକ କେଉଁଠାରେ ଅଛି ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ତୁମ ପରି ଦକ୍ଷ, ଭଲ ଦେଖାଯାନ୍ତି। ତୁମେ ପୁଣି ଫେରି ଆସିବା ଆବଶ୍ୟକ। ହଠାତ୍‌ ମୁଁ ମୋର ହଜିଯାଇଥିବା ଆତ୍ମବିଶ୍ୱାସ ଫେରି ପାଇଲି।

ଓ୍ବାର୍କଫ୍ରଣ୍ଟ ବିଷୟରେ ଯଦି କହିବା ତେବେ ନୋରା ଖୁବ୍‌ଶୀଘ୍ର ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଜୟ ଦେବଗନଙ୍କ ଅଭିନୀତ ‘ଥ୍ୟାଙ୍କ୍‌ ଗଡ୍‌’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ‘ମାନିକେ’ ଗୀତରେ ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ, ଆଜିକାଲି ନୋରା ରିୟାଲିଟି ଶୋ ’ ‘ଝଲକ ଦିଖ୍‌ଲା ଯା-୧୦ ବିଚାର କରୁଛନ୍ତି। ମାଧୁରୀ ଦୀକ୍ଷିତ ଏବଂ କରଣ ଜୋହର ମଧ୍ୟ ତାଙ୍କ ସହ ଶୋ’ର ବିଚାର କରୁଥିବା ନଜର ଆସିଛନ୍ତି।

Share