କେ.ସମାସିଂହାରୁ ଆସିଲା ସାଙ୍ଘାତିକ ଦୃଶ୍ୟ: ଘର କାନ୍ଥ ଭାଙ୍ଗି ଧାନ ବସ୍ତା ଟେକିନେଲା ଦନ୍ତା

କୋଲାବିରା,୧୬।୭(ସଞ୍ଜୟ ପୂଜାରୀ ): ଝାରସୁଗୁଡ଼ା ଜିଲା କୋଲାବିରା ଓ ବାଗଡିହି ବନାଞ୍ଚଳରେ ବିଗତ ୩/୪ ଦିନ ହେଲା ଗୋଟିଏ ଦନ୍ତା ହାତୀ ଘୂରି ବୁଲୁଥିବା ବେଳେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଠିକ୍‌ ଏହି ପରି ସମୟରେ ଅନ୍ୟ ଏକ ଦନ୍ତା ହାତୀ ବୁଧବାର ରାତି ପ୍ରାୟ ୧ଟାରେ ରେଙ୍ଗାଲି ବନାଞ୍ଚଳ ବେଉଁରା ଜଙ୍ଗଲରୁ କୋଲାବିରା ବନାଞ୍ଚଳକୁ ପ୍ରବେଶ କରିଛି । ହାତୀଟି ଭେଡେନ ନଦୀ ପାରି ହୋଇ କେ.ସମାସିଂହା ଗ୍ରାମରେ ପ୍ରବେଶ କରି ବସୁଦେବ ଜୟପୁରୀୟାଙ୍କ ବାଡ଼ି ପଟେ ଥିବା ଏକ କୋଠରୀର କାନ୍ଥ ଭାଙ୍ଗି ଏକ ବସ୍ତା ଟେକି ନେଇ ଖାଇଦେଇଥିବାଅଭିଯୋଗ ହୋଇଛି । କୋଲାବିରା ରେଞ୍ଜର ସୁଦାମ ଜଗଦଳାଙ୍କ ନେତୃତ୍ୱରେ ବନ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ମାତ୍ର ହାତୀଟି ସମାସିଂହା, ସନ୍ୟାସୀପାଲି ଗ୍ରାମଦେଇ ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲ ଭିତରକୁ ଚାଲିଯାଇଥିବା ନେଇ ରେଞ୍ଜର ଜଗଦଲା ସୂଚନା ଦେଇଛନ୍ତି ।ସା ହେଲେ ହାତୀଟି ପୁଣି ବାହାରି ଗ୍ରାମମୁହାଁ ହେବାର ନିଶ୍ଚିତ ଥିବାରୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଛି।

Odisha’s No.1 Odia Daily

Share