ଭାଙ୍ଗିଲା ମେଘନାଦ ପାଚେରିରେ ଥିବା ମଗରମୁଣ୍ଡ

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏକ ଭାବାବେଗ ଜଡ଼ିତ ରହିଛି। ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍‌ଆଇ ପକ୍ଷରୁ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଛି। ଏଏସ୍‌ଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ଶ୍ରୀମନ୍ଦିର ଦକ୍ଷିଣପାଶର୍‌ବ ମେଘନାଦ ପାଚେରିରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତରେ ନାଳ ମରାମତି ହେଉଥିବା ବେଳେ ଏକ ବଡ଼ ପାଇପ ସାହାଯ୍ୟରେ ବର୍ଜ୍ୟଜଳକୁ ନିଷ୍କାସିତ କରିବା ପାଇଁ ଦକ୍ଷିଣ ଦ୍ୱାରରେ ସଂଯୋଗୀକରଣ କରାଯାଇଛି। ଶ୍ରୀମନ୍ଦିର ୱାର୍କସ ଡିପାର୍ଟମେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ନାଳ ମରାମତି ଜାରି ରହିଥିବା ବେଳେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜାଣିଶୁଣି ଭଙ୍ଗାଯାଇଛି କି କାମ ବେଳେ ଭାଙ୍ଗିଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଶ୍ରୀମନ୍ଦିରର ଏହା ଏକ ପୁରାତନ ଐତିହ୍ୟ କୀର୍ତ୍ତିରାଜି ହୋଇଥିବା ବେଳେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବର୍ଜ୍ୟଜଳ ନିଷ୍କାସନ ପାଇଁ ଥିବା ମଗରମୁଣ୍ଡ ଭାଙ୍ଗିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ତଥା ମେଘନାଦ ପାଚେରିର ସୁରକ୍ଷା ସମ୍ପୂର୍ଣ୍ଣଭାବେ ଏଏସ୍‌ଆଇ ନିୟନ୍ତ୍ରଣରେ ରହିଛି। ମେଘନାଦ ପାଚେରିରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏଏସ୍‌ଆଇ ଅନୁମତି ନେବାକୁ ପଡ଼ିଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଗତ କିଛିଦିନ ହେଲା ନଳାଗୁଡ଼ିକ ମରାମତି ଚାଲିଛି। ଏହି ନଳା ମରାମତି ବେଳେ ଶ୍ରୀମନ୍ଦିରର ପୁରାତନ କୀର୍ତ୍ତିରାଜି ମଗରମୁଣ୍ଡକୁ ଏଏସ୍‌ଆଇର ବିନା ଅନୁମତିରେ ଭାଙ୍ଗି ସେଠାରେ ଏକ ପାଇପ ସଂଯୋଗ କରାଯାଇଛି। ତେବେ ଏଏସ୍‌ଆଇର ବିନା ଅନୁମତିରେ ନିର୍ମାଣ ନାମରେ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗିବାକୁ ନେଇ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ରହିଛି। ତେଣୁ ଶ୍ରୀମନ୍ଦିରର କୌଣସି କାର୍ଯ୍ୟ ଏଏସ୍‌ଆଇର ବିନା ଅନୁମତିରେ ହୋଇପାରିବ ନାହିଁ। ମେଘନାଦ ପାଚେରିର ଐତିହ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତାକୁ ଭାଙ୍ଗିବା ଓ କରିବା ପୂର୍ବରୁ ଆଲୋଚନାର ଆବଶ୍ୟକତା ରହିଥାଏ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲା ପ୍ରଶାସକ, ପରିଚାଳନା କମିଟି ମଧ୍ୟରେ ଆଲୋଚନା ହୋଇ ସମସ୍ତଙ୍କ ଜ୍ଞାତସାରରେ ହେବା ଦରକାର ବୋଲି ଦାସମହାପାତ୍ର ମତବ୍ୟକ୍ତ କରିଛନ୍ତି। ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମଗରମୁଣ୍ଡ ସାହାଯ୍ୟରେ ଲୋକମାନେ ପୂର୍ବରୁ ପାଣି ପିଉଥିଲେ। ବର୍ତ୍ତମାନ ଦେଖିବାକୁ ମିଳୁଛି, ଉକ୍ତ ମଗରମୁଣ୍ଡକୁ ଭାଙ୍ଗି ଦିଆଯାଇ ଅନ୍ୟ ଏକ ପାଇପ ଯୋଗେ ଶ୍ରୀମନ୍ଦିର ବର୍ଜ୍ୟବସ୍ତୁ ନିଷ୍କାସନ ହେଉଛି, ଯାହା ଗ୍ରହଣୀୟ ନୁହେଁ। ସେହିପରି ପୁରୀ ବାସିନ୍ଦାଙ୍କ କହିବା ଅନୁଯାୟୀ, ବହୁ ପୁରାତନ କୀର୍ତ୍ତିରାଜି ଥିଲା। ତାହାରି ଉପରେ ନୂତନ ନିର୍ମାଣ ହୋଇଥିଲେ ହୋଇପାରିଥାନ୍ତା। ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ ହୋଇଥିଲା ଉକ୍ତ ମଗରମୁଣ୍ଡ ଦେଇ ପାଣି ଆସୁଥିଲା। ଏପରି ମଗରମୁଣ୍ଡକୁ ଭାଙ୍ଗିଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି।
ଏନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି. ବି. ଗଡନାୟକ କହିଛନ୍ତି, ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ୱ ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡ ଭଙ୍ଗାଯାଇଥିବା ନେଇ ଖବର ମିଳିଛି। ମେଘନାଦ ପାଚେରିରେ ଏକ ପାଇପ୍‌ ଲାଇନ ନିଆଯାଇଛି। ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟ ନେଇ ଏଏସ୍‌ଆଇକୁ କୌଣସି ସୂଚନା ଦିଆଯାଇ ନାହିଁ କି କୌଣସି ଖବର ନାହିଁ। ମଗରମୁଣ୍ଡ ଭଙ୍ଗାଯାଇଛି ବୋଲି ସାଇଡ୍‌ ଇନଚାର୍ଜ ରିପୋର୍ଟ ଦେଇଛନ୍ତି। ଏପରି ଦୃଶ୍ୟ ଦେଖି ବହୁତ ଖରାପ ଲାଗୁଛି। ସମସ୍ତଙ୍କ ମିଳିତ ଉଦ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା କରିବା ଆବଶ୍ୟକ ରହିଛି। ତେଣୁ ମନମାନୀ କାର୍ଯ୍ୟ କରିବା ଠିକ୍‌ ନୁହେଁ ବୋଲି ଗଡ଼ନାୟକ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri