ଭାଙ୍ଗିଲା ମେଘନାଦ ପାଚେରିରେ ଥିବା ମଗରମୁଣ୍ଡ

ପୁରୀ,୪ା୪(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଏକ ଭାବାବେଗ ଜଡ଼ିତ ରହିଛି। ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍‌ଆଇ ପକ୍ଷରୁ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଛି। ଏଏସ୍‌ଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ଶ୍ରୀମନ୍ଦିର ଦକ୍ଷିଣପାଶର୍‌ବ ମେଘନାଦ ପାଚେରିରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତରେ ନାଳ ମରାମତି ହେଉଥିବା ବେଳେ ଏକ ବଡ଼ ପାଇପ ସାହାଯ୍ୟରେ ବର୍ଜ୍ୟଜଳକୁ ନିଷ୍କାସିତ କରିବା ପାଇଁ ଦକ୍ଷିଣ ଦ୍ୱାରରେ ସଂଯୋଗୀକରଣ କରାଯାଇଛି। ଶ୍ରୀମନ୍ଦିର ୱାର୍କସ ଡିପାର୍ଟମେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ନାଳ ମରାମତି ଜାରି ରହିଥିବା ବେଳେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜାଣିଶୁଣି ଭଙ୍ଗାଯାଇଛି କି କାମ ବେଳେ ଭାଙ୍ଗିଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଶ୍ରୀମନ୍ଦିରର ଏହା ଏକ ପୁରାତନ ଐତିହ୍ୟ କୀର୍ତ୍ତିରାଜି ହୋଇଥିବା ବେଳେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବର୍ଜ୍ୟଜଳ ନିଷ୍କାସନ ପାଇଁ ଥିବା ମଗରମୁଣ୍ଡ ଭାଙ୍ଗିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ତଥା ମେଘନାଦ ପାଚେରିର ସୁରକ୍ଷା ସମ୍ପୂର୍ଣ୍ଣଭାବେ ଏଏସ୍‌ଆଇ ନିୟନ୍ତ୍ରଣରେ ରହିଛି। ମେଘନାଦ ପାଚେରିରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏଏସ୍‌ଆଇ ଅନୁମତି ନେବାକୁ ପଡ଼ିଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଗତ କିଛିଦିନ ହେଲା ନଳାଗୁଡ଼ିକ ମରାମତି ଚାଲିଛି। ଏହି ନଳା ମରାମତି ବେଳେ ଶ୍ରୀମନ୍ଦିରର ପୁରାତନ କୀର୍ତ୍ତିରାଜି ମଗରମୁଣ୍ଡକୁ ଏଏସ୍‌ଆଇର ବିନା ଅନୁମତିରେ ଭାଙ୍ଗି ସେଠାରେ ଏକ ପାଇପ ସଂଯୋଗ କରାଯାଇଛି। ତେବେ ଏଏସ୍‌ଆଇର ବିନା ଅନୁମତିରେ ନିର୍ମାଣ ନାମରେ ପୁରାତନ କୀର୍ତ୍ତିରାଜିକୁ ଭାଙ୍ଗିବାକୁ ନେଇ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ହାତରେ ରହିଛି। ତେଣୁ ଶ୍ରୀମନ୍ଦିରର କୌଣସି କାର୍ଯ୍ୟ ଏଏସ୍‌ଆଇର ବିନା ଅନୁମତିରେ ହୋଇପାରିବ ନାହିଁ। ମେଘନାଦ ପାଚେରିର ଐତିହ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତାକୁ ଭାଙ୍ଗିବା ଓ କରିବା ପୂର୍ବରୁ ଆଲୋଚନାର ଆବଶ୍ୟକତା ରହିଥାଏ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲା ପ୍ରଶାସକ, ପରିଚାଳନା କମିଟି ମଧ୍ୟରେ ଆଲୋଚନା ହୋଇ ସମସ୍ତଙ୍କ ଜ୍ଞାତସାରରେ ହେବା ଦରକାର ବୋଲି ଦାସମହାପାତ୍ର ମତବ୍ୟକ୍ତ କରିଛନ୍ତି। ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ମଗରମୁଣ୍ଡ ସାହାଯ୍ୟରେ ଲୋକମାନେ ପୂର୍ବରୁ ପାଣି ପିଉଥିଲେ। ବର୍ତ୍ତମାନ ଦେଖିବାକୁ ମିଳୁଛି, ଉକ୍ତ ମଗରମୁଣ୍ଡକୁ ଭାଙ୍ଗି ଦିଆଯାଇ ଅନ୍ୟ ଏକ ପାଇପ ଯୋଗେ ଶ୍ରୀମନ୍ଦିର ବର୍ଜ୍ୟବସ୍ତୁ ନିଷ୍କାସନ ହେଉଛି, ଯାହା ଗ୍ରହଣୀୟ ନୁହେଁ। ସେହିପରି ପୁରୀ ବାସିନ୍ଦାଙ୍କ କହିବା ଅନୁଯାୟୀ, ବହୁ ପୁରାତନ କୀର୍ତ୍ତିରାଜି ଥିଲା। ତାହାରି ଉପରେ ନୂତନ ନିର୍ମାଣ ହୋଇଥିଲେ ହୋଇପାରିଥାନ୍ତା। ପୂର୍ବରୁ ମଧ୍ୟ ଏପରି କାର୍ଯ୍ୟ ହୋଇଥିଲା ଉକ୍ତ ମଗରମୁଣ୍ଡ ଦେଇ ପାଣି ଆସୁଥିଲା। ଏପରି ମଗରମୁଣ୍ଡକୁ ଭାଙ୍ଗିଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି।
ଏନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି. ବି. ଗଡନାୟକ କହିଛନ୍ତି, ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ୱ ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡ ଭଙ୍ଗାଯାଇଥିବା ନେଇ ଖବର ମିଳିଛି। ମେଘନାଦ ପାଚେରିରେ ଏକ ପାଇପ୍‌ ଲାଇନ ନିଆଯାଇଛି। ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟ ନେଇ ଏଏସ୍‌ଆଇକୁ କୌଣସି ସୂଚନା ଦିଆଯାଇ ନାହିଁ କି କୌଣସି ଖବର ନାହିଁ। ମଗରମୁଣ୍ଡ ଭଙ୍ଗାଯାଇଛି ବୋଲି ସାଇଡ୍‌ ଇନଚାର୍ଜ ରିପୋର୍ଟ ଦେଇଛନ୍ତି। ଏପରି ଦୃଶ୍ୟ ଦେଖି ବହୁତ ଖରାପ ଲାଗୁଛି। ସମସ୍ତଙ୍କ ମିଳିତ ଉଦ୍ୟମରେ ଶ୍ରୀମନ୍ଦିରର ସୁରକ୍ଷା କରିବା ଆବଶ୍ୟକ ରହିଛି। ତେଣୁ ମନମାନୀ କାର୍ଯ୍ୟ କରିବା ଠିକ୍‌ ନୁହେଁ ବୋଲି ଗଡ଼ନାୟକ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri