ଉଦ୍‌ଘାଟନ ପୂର୍ବରୁ ଦୁର୍ବୃତ୍ତ ଭାଙ୍ଗିଲେ ଫଳକ

ନୂଆଗାଁ, ୨୫।୪ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକରେ ଶାସକ ଦଳର ଗୋଷ୍ଠୀକନ୍ଦଳ ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ପରିଣାମ ସ୍ବରୂପ ଉଦ୍‌ଘାଟନ ପୂର୍ବରୁ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକ ପ୍ରତିନିଧିଙ୍କ ନାମ ଲେଖା ଯାଇଥିବା ଫଳକକୁ ବିଭିନ୍ନ ସ୍ଥାନରେ ଭଙ୍ଗା ଯାଉଥିବା ଦେଖିବାକୁ ମିଳୁଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁରୁଣା ଦଳୀୟ କର୍ମୀଙ୍କୁ ବାଦ୍‌ ଦେଇ ନୂଆ ମୁହଁକୁ ସମର୍ଥନ କରିବା ଦଳକୁ ମହଙ୍ଗା ପଡିଲାଣି। ଦିନକୁଦିନ ରାଜନୈତିକ ଉଷ୍ମତା ବଢିବା ସହ ବିବାଦ ଘନେଇବାରେ ଲାଗିଛି। ନିର୍ବାଚନରେ ଦଳୀୟ ସମର୍ଥନ ନ ପାଇ ବାଦ୍‌ ପଡିଥିବା ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଯୋଗୁ ଦଳୀୟ ସମର୍ଥତ୍ତ ପ୍ରାର୍ଥୀଙ୍କୁ ଜିତାଇବାରେ ବହୁ କଷ୍ଟ କରିବାକୁ ପଡିଥିଲା। ନୂଆଗାଁ ବ୍ଲକରେ ଭାଜପାରେ ବଳିଷ୍ଠ ବିରୋଧୀ ନ ଥିବା ବେଳେ ଅସନ୍ତୁଷ୍ଟ ବିଜେଡିର କର୍ମୀ ବହୁ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ତେବେ ଅସନ୍ତୁଷ୍ଟ ଗୋଷ୍ଠୀ ବିଜେଡିକୁ ସମର୍ଥନ କରୁଥିବା ବେଳେ ଶାସକ ଦଳର ଦଶପଲ୍ଲା ବିଧାୟକଙ୍କ ବିରୋଧରେ ସ୍ବର ଉଠାଉଛନ୍ତି। ଦଶପଲ୍ଲା ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ ତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଫଳକକୁ ଭାଙ୍ଗି ଦିଆଯାଉଛି। ନିର୍ବାଚନ ପରେ ଉଦ୍‌ଘାଟନ ପୂର୍ବରୁ ବିଭିନ୍ନ ସ୍ଥାନରେ ଫଳକକୁ ଭାଙ୍ଗି ଦେଉଛନ୍ତି ଦଳୀୟ ଅସନ୍ତୁଷ୍ଟ ଗୋଷ୍ଠୀ। ୨୧ ତାରିଖରେ ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳର ଫଳକକୁ ଭାଙ୍ଗି ଦିଆଯାଇଥିଲା। ରବିବାର ପାରାଢିପି ପଞ୍ଚାୟତରେ ଏକ ଫଳକକୁ ଭାଙ୍ଗି ଦିଆଯାଇଛି। ସିମିଳିସାହି ପିଡବ୍ଲ୍ୟୁଡି ରାସ୍ତାଠାରୁ ବାଲଣ୍ଡା ଆରଡି ରାସ୍ତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌-୩ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଏକ ଫଳକ ଲଗାଯାଇଥିଲା। ତାହା ରବିବାର ସକାଳ ୧୦ଟାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହେବାର ସମସ୍ତ ଆୟୋଜନ ସରିଥିଲା। କିନ୍ତୁ ସକାଳୁ କେହି ଦୁର୍ବୃତ୍ତ ତାହାକୁ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତ ଭାଙ୍ଗିବା ସମୟରେ ବିଧାୟକଙ୍କ ନାମ କାହିଁକି ରହିଲା କହି ଭାଙ୍ଗିଥିବା ଆଲୋଚନା ହେଉଛି। ପଂଚାୟତ ନିର୍ବାଚନ ସରିବାର କିଛି ମାସ ନ ଯାଉଣୁ ବିଭିନ୍ନ ସ୍ଥାନରେ ଫଳକ ଭାଙ୍ଗି ବିଧାୟକଙ୍କୁ ବିରୋଧ କରିବା କାର୍ଯ୍ୟରୁ ଦଳୀୟ କର୍ମୀଙ୍କ ଅସନ୍ତୋଷର ମାତ୍ରା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri