ଭାଙ୍ଗିଲା ଗତବର୍ଷର ରେକର୍ଡ

ସୋନପୁର,୭।୧(ନି.ପ୍ର.):ନଦୀ, ନାଳ ଓ ବନ୍ଧ ପରିବେଷ୍ଟିତ ସୁବର୍ଣ୍ଣପୁର ଜିଲାରେ ଶୀତକାଳୀନ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଜିଲାକୁ ଆସିଥିବା ଜଣାପଡିଛି। ଏଥର ୯୧ ପ୍ରଜାତିର ମୋଟ ୩୫ ହଜାର ୪୬୦ରୁ ଅଧିକ ପକ୍ଷୀ ଆସିଛନ୍ତି। ଗତବର୍ଷ ଗଣନାରେ ଜିଲାକୁ ଏହି ସମୟରେ ୨୭ ହଜାର ପକ୍ଷୀ ଆସିଥିଲେ। ରବିବାର ସକାଳ ୬ଟାରୁ ଜିଲାର ଶତାଧିକ ଜଳାଶୟ ଓ ଚାଷ ଜମିରେ ଶୀତକାଳୀନ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଣନାରେ ବନ ବିଭାଗର ୧୭ଟି ଟିମ୍‌ ନିୟୋଜିତ ହୋଇଥିଲେ। ପକ୍ଷୀ ଗଣନାରେ ଜିପିଏସ୍‌, କ୍ୟାମେରା ଓ ବାଇନାକୁଲାର ବ୍ୟବହାର କରାଯାଇଥିଲା। ଏହି ସମୟରେ ୫ ନୂଆ ପ୍ରଜାତିର ୟୁରୋପିଆନ ଦେଶର ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ବିନିକା ଅଞ୍ଚଳରେ ପେଣ୍ଟେଡ୍‌ ଷ୍ଟର୍କ ଓ ନର୍ଦନ ପିଣ୍ଟେଲ୍‌ ପ୍ରଜାତିର ଦୁଇଟି ପକ୍ଷୀ ଦେଖିବାକୁ ମିଳିଥିଲା। ସେହିପରି ହରିହରଯୋର ଡ୍ୟାମ୍‌ରେ ଗ୍ରେଟ୍‌ କ୍ରେଷ୍ଟେଡ୍‌ ଗ୍ରୀବେ ଓ ଟଫ୍ଟେଡ୍‌ ଡକ୍‌ ଭଳି ପକ୍ଷୀମାନଙ୍କୁ ଦେଖିବାକୁ ମିଳିଛି। ସୋନପୁର ଓ ବିନିକା ଉଭୟ ସ୍ଥାନରେ ବିରଳ ପକ୍ଷୀ ରେଡ୍‌ କ୍ରେଷ୍ଟେଡ୍‌ ପୋଚାର୍ଡ ପକ୍ଷୀ ଦେଖିବାକୁ ମିଳିଥିଲା। ସେହିପରି ଗତବର୍ଷ ମହାନଦୀରେ ଦେଖିବାକୁ ମିଳିଥିବା କମନ୍‌ ମରଗାନସର ପକ୍ଷୀଙ୍କୁ ଏଥର ମଧ୍ୟ ବନବିଭାଗର କର୍ମଚାରୀ ଦେଖିବାକୁ ପାଇଛନ୍ତି। ପ୍ରଚଣ୍ଡ ଶୀତ ଯୋଗୁ ଆମେରିକା ଓ ୟୁରୋପ ମହାଦେଶର ପକ୍ଷୀ ମାନେ ଶୀତଦିନରେ ସୁବର୍ଣ୍ଣପୁର ଜିଲାକୁ ଆସୁଥିବା କହିଛନ୍ତି ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ। ଚଳିତବର୍ଷ କୋଭିଡ୍‌ ପାଇଁ ପରିବେଶ ଶାନ୍ତ ରହିଛି। ତେଣୁ ଦେଶ ତଥା ଦେଶ ବାହାରର ପକ୍ଷୀ ଚିରସ୍ରୋତା ମହାନଦୀ ଓ ତେଲନଦୀକୁ ଅଧିକ ସଂଖ୍ୟାରେ ଆସିଛନ୍ତି। କିନ୍ତୁ ଗତ ୩ ତାରିଖ ନବବର୍ଷର ପ୍ରଥମ ରବିବାର ପଡି ଥିବାରୁ ମହାନଦୀ ଓ ତେଲନଦୀରେ ବଣଭୋଜି ପାଇଁ ପ୍ରବଳ ଭିଡ ଲାଗିଥିଲା। ଲୋକେ ଡିଜେ ଓ ମାଇକ୍‌ ବଜାଇଥିଲେ। ଶବ୍ଦ ପ୍ରଦୂଷଣ ଯୋଗୁ ଉଭୟ ନଦୀରେ ପକ୍ଷୀ ଗଣନା ସମ୍ଭବ ହୋଇନାହିଁ। କେବଳ ଜିଲାର ଛୋଟ ବଡ ଜଳାଶୟରେ ହିଁ ପକ୍ଷୀଗଣନା କରାଯାଇଛି। ନଦୀରେ ପକ୍ଷୀ ଗଣନା ହୋଇଥିଲେ ପକ୍ଷୀଙ୍କ ସଂଖ୍ୟା ବହୁ ଅଧିକ ହୋଇଥାନ୍ତା ବୋଲି ସହକାରୀ ବନ ସଂରକ୍ଷକ ତଥା ପକ୍ଷୀ ବିଶାରଦ ସୁଶୀଲ କୁମାର ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri