Posted inଖେଳ

ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍‌ ନେଲେ ବ୍ରଡ୍‌

ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌ ୫୦୦ ଉଇକେଟ୍‌ ହାସଲ କରିବାରେ ସଫଳ ହୋଇଛନ୍ତି। ମଙ୍ଗଳବାର ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ଓ୍ବେଷ୍ଟଇଣ୍ଡିଜ ଓପନର୍‌ କ୍ରେଗ୍‌ ବାର୍ଥଓ୍ବେଟ୍‌ (୧୯ ରନ)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ୩୪ ବର୍ଷୀୟ ବ୍ରଡ୍‌ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଦ୍ୱିତୀୟ ଇଂଲଣ୍ଡ ବୋଲର ଭାବେ ସେ ୫୦୦ ଉଇକେଟ୍‌ ନେଇଛନ୍ତି। ବ୍ରଡ୍‌ଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ (୫୮୯ ଉଇକେଟ୍‌) ପ୍ରଥମ ଇଂଲଣ୍ଡ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ଏହି ସଫଳତା ପାଇଥିଲେ। ତେବେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ତାଲିକାରେ ଶ୍ରୀଲଙ୍କାର ମୁଥିୟା ମୁରଲୀଥରନ (୮୦୦ ଉଇକେଟ୍‌) ସର୍ବାଗ୍ରେ ରହିଛନ୍ତି। ଅଷ୍ଟ୍ରେଲିଆର ଶେନ ଓ୍ବର୍ନ (୭୦୮), ଭାରତର ଅନିଲ କୁମ୍ବଲେ (୬୧୯), ଆଣ୍ଡରସନ (୫୮୯), ଗ୍ଲେନ ମ୍ୟକ୍‌ଗ୍ରା (୫୬୩), କର୍ଟନୀ ଓ୍ବାଲ୍ସ (୫୧୯) ଓ ଷ୍ଟୁଆର୍ଟ ବ୍ରଡ୍‌ ଯଥାକ୍ରମେ ତାଲିକାର ୨ୟରୁ ୭ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

ଅଭିନେତ୍ରୀ ନିକିତା ହତ୍ୟା ମାମଲା: ସ୍ବାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ

କଟକ,୨୬।୨(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ): ବହୁ ଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। କଟକ ତୃତୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍‌…

ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି…

T20 World Cup 2026: ଅଭିଷେକ-ସାମସନ ଭାଙ୍ଗିଲେ ଓପନିଂ ରେକର୍ଡ, ଜିମ୍ବାଓ୍ବେ ବିପକ୍ଷରେ…

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଟିମ ଇଣ୍ଡିଆର ଓପନିଂ ଯୋଡ଼ି ଶେଷରେ ନିଜର ପୁରୁଣା ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି। ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଅଭିଷେକ ଶର୍ମା…

କାହିଁକି ଖେଳାଳିଙ୍କ ସୁରକ୍ଷା ମାଗିଲେ ଶ୍ରୀଲଙ୍କା ଅଧିନାୟକ, ଜାଣନ୍ତୁ…

କଲମ୍ବୋ,୨୬ା୨: ଟି୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି କେବଳ ଖେଳାଳିଙ୍କ ଫିଟ୍‌ନେସ ଓ ଫର୍ମ ଦାୟୀ ନୁହେଁ, ବରଂ ଦଳ ବାହାରେ ସୃଷ୍ଟି ହୋଇଥିବା…

କଳିଯୁଗର ପୁଅ…ବାପାଙ୍କ ଉପରେ କାଠ-କପଡା ପକାଇ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ,୨୬।୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ କୋଟିପତି ପିତାଙ୍କ ହତ୍ୟା ମାମଲା ସମାଧାନ ନହେଉଣୁ ଇଟାୱା ଜିଲାର ଜସୱନ୍ତନଗର ଅଞ୍ଚଳର ନିଲୋଇ ଗାଁରେ ଜଣେ ଏକମାତ୍ର…

ବଢ଼ିଲା ପିଲା ଚୋରି ସନ୍ଦେହ: ମା’ଙ୍କ ହାବୁଡ଼ରେ ପଡ଼ି ଥାନାକୁ ଗଲେ ବୃଦ୍ଧା

ବାଲେଶ୍ୱର,୨୬।୨(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଟାଉନ ଥାନା ଅଧୀନ ନୁରୁପୁର ରୋଡ଼ରେ ଗୁରୁବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଶୁଦ୍ଧିକ୍ରିୟା ସାରି ଫେରିବା ବେଳକୁ ଘରେ କଳାକନା ….

ବୈଶିଙ୍ଗା,୨୬ା୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ନିକଟରୁ ମାତ୍ର ଏକ କିଲୋମିଟର ଦୂରରେ ଚୋରି । ବାରିପଦା ବାଲେଶ୍ବର ୧୮ ନଂ ଜାତୀୟ ରାଜପଥ ପାର୍ଶ୍ବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri