ପୋଲ ଭୁଶୁଡିବା ଘଟଣା: ଏନ୍‌ଏଚଏଆଇ ଟିମ୍‌ର ଯାଞ୍ଚ

ଯାଜପୁର ୨୨।୭ (ରଞ୍ଜିତ ରାଉତ): ଯାଜପୁର କୁଆଖିଆ ଛକ ୧୬ ନମ୍ବର ଜାତୀୟ ରାଜପଥରେ ପୋଲ ଭୁଶୁଡିବା ଘଟଣାରେ ଏନ୍‌ଏଚଏଆଇର ଟିମ୍‌ ଶନିବାର ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛନ୍ତି । ତେବେ ବିଶେଷଜ୍ଞ ଦଳ ଆସିବା ପୂର୍ବରୁ ଏନ୍‌ଏଚ୍‌ଏର ଆଞ୍ଚଳିକ ଅଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବହୁ ପଦାଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ଏଯାବତ୍‌ ଯାଞ୍ଚ ଚାଲିଛି।