ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ

ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍‌-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା।

ୟୁରୋପିଆନ ମେଡିସିନ ଏଜେନ୍ସି (ଏଏମ୍‌ଏ) ଉକ୍ତ ମହିଳାଙ୍କ ମୃତ୍ୟୁର ତଦନ୍ତ କରିବ ବୋଲି ରାଜ୍ୟର ସ୍ବାସ୍ଥ୍ୟସେବା ପ୍ରବକ୍ତା ଚାରାଲାମ୍ବସ ଚାରିଲାଓ କହିଛନ୍ତି। ଉକ୍ତ ମହିଳାଙ୍କୁ ଗତ ୬ ତାରିଖରେ ପ୍ରଥମ ଡୋଜ ଦିଆଯାଇଥିଲା। ଟିକା ନେବାର ପରଦିନ ତାଙ୍କ ଠାରେ ଦେଖାଦେଇଥିଲା ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ।

ସାଇପ୍ରସ ଅଧିକାରୀମାନେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧୁଥିବା ଘଟଣାର ତଦନ୍ତ କରୁଛନ୍ତି। ଟିକା ନେଇଥିବା ୪ ଜଣଙ୍କ ଠାରେ ମଧ୍ୟମ ଧରଣର ରକ୍ତ ଜମାଟ ବାନ୍ଧିବାର ଲକ୍ଷ୍ୟଣ ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଆଷ୍ଟ୍ରାଜେନେକା ଓ ଜଣେ ଫାଜର ଟିକା ନେଇଥିଲେ। କିଛି ଦେଶରେ ଆଷ୍ଟ୍ରାଜେନେକା ଟିକା ଉପରେ ପ୍ରତିବନ୍ଧକ ଜାରି କରିଥିବାବେଳେ ଅନ୍ୟ ଦେଶରେ ଏହି ଟିକାକୁ ଟିକାକରଣ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି।

Share