ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ

ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଜନ୍ମଦିନର ୫ ଦିନ ପରେ ଅର୍ଥାତ୍‌ ଗତ ୨୨ ତାରିଖରେ ଷ୍ଟେଲାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
୧୯୯୦ ମସିହାରେ ଷ୍ଟେଲା ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ପ୍ରାୟ ୩ ଦଶଦ୍ଧି ଧରି ଟପ୍‌ ମଡେଲ ଭାବେ ମଡେଲିଂ ଇଣ୍ଡଷ୍ଟ୍ରିରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ ଷ୍ଟେଲାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Share