ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଲାଗି ବାଟ ଛାଡ଼ିଦେବାକୁ ଲେବର ପାର୍ଟି ନେତା ପଦରୁ ଇସ୍ତଫା ଦେବା ପାଇଁ ଷ୍ଟାର୍ମରଙ୍କ ଉପରେ ଚାପ ବଢ଼ିଚାଲିଛି। ବିବିସି ରିପୋର୍ଟ ଅନୁଯାୟୀ, ଷ୍ଟାର୍ମର ତାଙ୍କ ଇସ୍ତଫା ଯୋଜନା ସମ୍ପର୍କରେ ସୋମବାର ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି।
ଚଳିତ ସପ୍ତାହରେ ଉତ୍ତର ଇଂଲଣ୍ଡର ମାକରଫିଲ୍ଡ ଉପନିର୍ବାଚନରେ ନାଇଗେଲ୍‌ ଫାରାଗେଙ୍କ ନେତୃତ୍ୱାଧୀନ ରିଫର୍ମ ୟୁକେ ବିରୋଧରେ ବର୍ନହାମ୍‌ଙ୍କ ନିର୍ଣ୍ଣାୟକ ବିଜୟ ଶୀର୍ଷ ପଦବୀ ପାଇଁ ତାଙ୍କ ଦାବିକୁ ସୁଦୃଢ଼ କରିଛି। ଯେକୌଣସି ନେତୃତ୍ୱ ଚ୍ୟାଲେଞ୍ଜ ବିରୋଧରେ ଲଢ଼େଇ କରିବା ଲାଗି ଷ୍ଟାର୍ମର ନିଜ ପ୍ରତିଶ୍ରୁତିରେ ଅଟଳ ଥିଲେ ମଧ୍ୟ ନିଜ କ୍ୟାବିନେଟରେ ତାଙ୍କୁ ଜୋର୍‌ଦାର ବିରୋଧ କରାଯାଇଛି। ତେଣୁ ସେ ୧୦ ଡାଉନିଂ ଷ୍ଟ୍ରିଟ୍‌ ଖୁବ୍‌ଶୀଘ୍ର ଛାଡ଼ିପାରନ୍ତି ବୋଲି କୁହାଯାଉଛି।

Dharitri – Odisha’s No.1 Odia Daily

Share