ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬ ।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଶନରେ ରଖିବା ଠିକ୍ ଭାବି ଆଇସୋଲେଶନରେ ରହିଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଗତ ଏପ୍ରିଲ ମାସରେ ଜନଶନ କରୋନାରେ ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ତିନି ରାତି ରହିବା ପରେ ସୁସ୍ଥ ହୋଇ ଫେରିଥିଲେ । ବୋରିସ ଜନଶନଙ୍କ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଟେଷ୍ଟ ଆଣ୍ଡ ଟ୍ରେସ୍ କହିଛି ଜନଶନ ଏମିତି ଜଣେ ବ୍ୟକ୍ତିଙ୍କ ସଂମ୍ପର୍କରେ ଆସିଥିଲେ ଯିଏ କରୋନା ପଜିଟିଭ ଥିଲେ । ଏହା ଜାଣିବା ପରେ ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ସେ ୧୦ ଦିନ ଆଇସୋଲେଶନରେ ରହିବା ପରେ କରୋନା ଟେଷ୍ଟ କରି ୨୬ ତାରିଖରେ ବାହାରକୁ ଆସି ପାରିବେ ବୋଲି କୁହାଯାଉଛି ।

Share