Categories: ଜାତୀୟ

ଭାରତ ଆସିବେ ବୋରିସ ଜନସନ

ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ ଆସୁଛନ୍ତି । ଗତ ବର୍ଷ ଜାନୁୟାରୀରେ ସାଧାରଣତନ୍ତ୍ର ଦିବସ ଓ ପୁଣିଥରେ ଏପ୍ରିଲରେ ଜନସନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ରଦ୍ଦ ହୋଇଥିଲା । ଏବେ ଗୋଟିଏ ପଟେ ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଚାଲିଥିବା ବେଳେ ଜନସନଙ୍କ ଭାରତ ଗସ୍ତର ଗୁରୁତ୍ୱ ରହିଛି ବୋଲି କୁହାଯାଉଛି । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଜନସନ ଭାରତ ଗସ୍ତ କରିଛନ୍ତି । ସେପଟେ ଭାରତ ତା’ର ପାରମ୍ପରିକ ବନ୍ଧୁ ରୁଷିଆ ଏବଂ ରାଜନୈତିକ ଭାଗିଦାରୀ ଆମେରିକା ଓ ଅନ୍ୟ ପାଶ୍ଚ୍ୟାତ ଦେଶ ମଧ୍ୟରେ ସନ୍ତୁଳନ ରକ୍ଷା କରୁଛି । ବୋରିସ ଜନସନ ତାଙ୍କ ଭାରତ ଗସ୍ତ ସମୟରେ ଗୁଜୁରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିପାକ୍ଷିକ ସହଭାଗିତା ସହିତ ଭାରତ ଓ ବ୍ରିଟେନ ମଧ୍ୟରେ ରାଜନୈତିକ ଓ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଅନୁମାନ କରାଯାଉଛି ।

Share