ବ୍ରିଟେନ ଯୁବତୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର, ୬ା୫: ବିବାହ ପାଇଁ ରାଜି ନ ହେବାରୁ ପାକିସ୍ତାନ ସ୍ଥିତ ଲାହୋରର ଗ୍ୟାଙ୍ଗ୍‌ଷ୍ଟର ଲଣ୍ଡନର ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମାହିରା ଜୁଲଫିକର ନାମ୍ନୀ ୨୬ ବର୍ଷୀୟା ଯୁବତୀଙ୍କ ମୃତଦେହ ସୋମବାର ଏକ ପୋଖରୀରୁ ଜବତ କରାଯାଇଛି। ମାହିରା ଲାହୋରରେ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। କରୋନା ପାଇଁ ବ୍ରିଟେନ ପାକିସ୍ତାନକୁ ରେଡ୍‌ ଜୋନ୍‌ରେ ରଖିବାରୁ ସେ ଫେରିପାରି ନ ଥିଲେ। ସେଠାରେ ସ୍ଥାନୀୟ ଗ୍ୟାଙ୍ଗଷ୍ଟାର ଓ ଅନ୍ୟଜଣେ ତାଙ୍କୁ ବାହା ହେବାକୁ ଜିଦ୍‌ ଧରିଥିଲେ। ମାହିରା ରାଜି ନ ହେବାରୁ ତାଙ୍କୁ ସେମାନେ ଗୁଳିକରି ହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Share