ବାର୍‌ବାଡୋସ୍‌ରୁ ସରିବ ବ୍ରିଟିଶ ଯୁଗ

ବ୍ରିଜ୍‌ଟାଉନ, ୨୯ା୧୧: ବିଶ୍ୱର ଅନେକ ଦେଶକୁ ଶାସନ କରିଥିବା ବ୍ରିଟେନ୍‌ ହାତରୁ ମୁକୁଳି ଏବେ ନୂଆକରି ଗଣତନ୍ତ୍ର ଦେଶ ହେବାକୁ ଯାଉଛି ବାର୍‌ବାଡୋସ୍‌। ସ୍ବାଧୀନ ହେବା ସତ୍ତ୍ୱେ ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଔପଚାରିକ ଭାବେ ଦେଶର ରାଷ୍ଟ୍ରମୁଖ୍ୟ ରହିଥିଲେ। ମହାରାଣୀଙ୍କୁ ମୁଖିଆ ପଦରୁ ହଟାଇ ସମ୍ପୂର୍ଣ୍ଣ ରିପବ୍ଲିକ ରାଷ୍ଟ୍ର ହେବାକୁ ଘୋଷଣା କରି ବାର୍‌ବାଡୋସ୍‌ ନିଜର ରାଷ୍ଟ୍ରପତି ଚୟନ କରିସାରିଛି। ନୂଆ ରାଷ୍ଟ୍ରମୁଖ୍ୟ ଭାବେ ଗଭର୍ନର ଜେନେରାଲ ସାଣ୍ଡ୍ରା ମାସୋନ୍‌ ଦାୟିତ୍ୱ ନେବା ପାଇଁ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଛି। ଏ ବାବଦରେ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟ୍ଟେଲୀ ସୂଚନା ଦେଇଛନ୍ତି। ଏଥିରେ ମିଲିଟାରୀ ପରେଡ୍‌ ସମେତ ଅନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ସମାରୋହରେ ବ୍ରିଟେନ ପ୍ରିନ୍ସ ଚାଲର୍‌ସଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।
୩ ଲକ୍ଷ ଜନସଂଖ୍ୟାର ଦେଶ ବାର୍‌ବାଡୋସ ଶହ ଶହ ବର୍ଷ ଧରି ବ୍ରିଟିଶଙ୍କ କବଳରେ ଥିବାବେଳେ ୧୯୬୬ରେ ସ୍ବାଧୀନତା ପାଇଥିଲା। ଏହା ପରେ ମଧ୍ୟ ବ୍ରିଟେନ ମହାରାଣୀ ଔପଚାରିକ ଭାବେ ବାର୍‌ବାଡୋସ୍‌ର ରାଷ୍ଟ୍ରମୁଖ୍ୟ ରହିଥିଲେ। ଉପନିବେଶର ଇତିହାସକୁ ପଛରେ ଛାଡ଼ି ଦେଶବାସୀ ନିଜର ରାଷ୍ଟ୍ରମୁଖ୍ୟ ଚାହୁଁଥିଲେ ବୋଲି ମାସୋନ୍‌ କହିଛନ୍ତି। ଆସନ୍ତା ୩୦ରେ ବାର୍‌ବାଡୋସ୍‌ ୫୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବାବେଳେ ଏହି ଅବସରରେ ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବାକୁ ସ୍ଥିର କରାଯାଇଛି। ଗତ ଅକ୍ଟୋବରରେ ମାସୋନ୍‌ଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଥିଲା। ତେବେ ଆୟୋଜନ ହେବାକୁ ଥିବା ସମାରୋହରେ ପ୍ରିନ୍ସ ଚାଲର୍‌ସଙ୍କୁ ନିମନ୍ତ୍ରଣ କରାଯିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଟ୍ଟେଲୀଙ୍କ ନିଷ୍ପତ୍ତିକୁ ଅନେକେ ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ମହାରାଣୀ ଏଲିଜାବେଥ୍‌ ଏବେ ବି କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି ଦେଶର ରାଷ୍ଟ୍ରମୁଖ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri