Posted inଜାତୀୟ

ବ୍ରିଟିଶ୍‌ କମ୍ପାନୀର ୩୬ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋର ସ୍ବଦେଶୀ ଏଲଭିଏମ୍‌-୩, ଅକ୍ଟୋବର ୨୩ ପାଇଁ ପ୍ରସ୍ତୁତି…

ଶ୍ରୀହରିକୋଟା,୧୬।୧୦ : ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ ଲଞ୍ଚ ଭେଇକିଲ ମାର୍କ -୩(ଏଲଭିଏମ୍‌-୩) ୨୩ ଅକ୍ଟୋବରରେ ବ୍ରିଟିଶ କମ୍ପାନୀର ୩୬ ଟି ଉପଗ୍ରହ ଉତକ୍ଷେପଣ କରିବ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ସ୍ବଦେଶୀ ଏଲଭିଏମ୍‌-୩ ମାଧ୍ୟମରେ ଇସ୍ରୋ ଦ୍ୱାରା ଏହି ବିଦେଶୀ ବାଣିଜି୍ୟକ ଉପଗ୍ରହକୁ ମଧ୍ୟରାତି ୧୨ଟା ୭ ରେ ଉତ୍‌କ୍ଷେପଣ କରାଯିବ। ଏହି ରକେଟକୁ ପୂର୍ବରୁ ଜିଓସିଙ୍କ୍ରୋନସ ସାଟେଲାଇଟ ଲଞ୍ଚ ଯାନ ମାର୍କ-୩ ଅର୍ଥାତ୍‌ ଜିଏସଏଲଭି ଏମ୍‌-୩ କୁହାଯାଉଥିଲା।

ଇସ୍ରୋ କହିଛି ଯେ ରକେଟର କ୍ୟାପସୁଲରେ ଉତକ୍ଷେପଣ ହେବାକୁ ଥିବା ଉପଗ୍ରହଗୁଡ଼ିକୁ ସ୍ଥାନିତ କରି ଏହି ମିଶନ ପାଇଁ ଆସେମ୍ବିଲ ସମାପ୍ତ ହୋଇଛି। ରକେଟର କ୍ରିଓ ଷ୍ଟେଜ ଏବଂ ଉପକରଣ ଏବଂ କାର୍ଗୋର ସମାବେଶ ମଧ୍ୟ ସମାପ୍ତ ହୋଇଛି।

ପିଏସଏଲଭି ରକେଟ ମାଧ୍ୟମରେ ଭାରତ ଜୁନ୍‌ ୨୦୨୨ ପର୍ଯ୍ୟନ୍ତ ୩୬ ଦେଶ ପାଇଁ ୩୪୬ ଉପଗ୍ରହ ଉତକ୍ଷେପଣ କରିଛି। ୧୯୯୦ ଦଶକରେ ଏହା ଆରମ୍ଭ ହୋଇଥିଲା, କିନ୍ତୁ ଗତ ଦଶନ୍ଧିରେ ଏହା ବେଶ୍‌ ବିକଶିତ ହୋଇଛି। ୧୫ ଫେବୃଆରୀ ୨୦୧୭ରେ, ୧୦୪ ଉପଗ୍ରହ ଏକାସାଙ୍ଗରେ ଉତକ୍ଷେପଣ କରାଯାଇଥିଲା। ସେଥିମଧ୍ୟରୁ ଅଧିକାଂଶ ଆମେରିକା, ଇସ୍ରାଏଲ, ୟୁଏଇ, ଜର୍ମାନୀ ଆଦି ଦେଶର ଥିଲା। ଏଥି ସହିତ ୧୯୭୫ ରୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ଭାରତ ପାଇଁ ୧୨୯ ଉପଗ୍ରହ ଉତକ୍ଷେପଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri