ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍‌ ଡଗ୍‌’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍‌ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ରବିବାର ୭୫ତମ ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍‌ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର ଅଫ୍‌ ହଗ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ନ୍ୟୁଜିଲାଣ୍ଡ ଫିଲ୍ମ ନିର୍ମାତା ଜେନ୍‌ କାମ୍ପିଓନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୧ରେ ରିଲିଜ୍‌ ହୋଇଥିବା ହଲିଉଡ୍‌ ସାଇନ୍ସ ଫ୍ରିକ୍ସନ୍‌ ଫିଲ୍ମ ‘ଡୁନ୍‌’କୁ ୫ଟି ପୁରସ୍କାର ମିଳିଛି। କରୋନା କାରଣରୁ ଗତବର୍ଷ ଭର୍ଚ୍ଚୁଆଲ୍‌ରେ ବିଏଏଫ୍‌ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share