କନ୍ୟା ସନ୍ତାନର ଜନନୀ ହେଲେ ବ୍ରିଟେନ ରାଜକୁମାରୀ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ୍‌ ସୋମବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାଟି ଲଣ୍ଡନର ଚେଲ୍ସି ଆଣ୍ଡ ୱେଷ୍ଟମିନିଷ୍ଟର ହସ୍ପିଟାଲରେ ଜନ୍ମ ହୋଇଛି। କନ୍ୟାର ଓଜନ ୨.୭୮କି.ଗ୍ରା ରହିଛି। ଏହି ସୂଚନା ଦେଇଛନ୍ତି ବ୍ରିଟିସ୍‌ଙ୍କ ସ୍ବାମୀ ଇଡାର୍ଡୋ ମ୍ୟାପେଲି ମୋଜି।

ବ୍ରିଟିସ୍‌ ୨୦୨୦ରେ ମ୍ୟାପେଲି ମୋଜିଙ୍କୁ ବିବାହ କରିଥିଲେ। ଏହା ଆମ ଘରକୁ ଖୁସି ଆଣି ଦେଇଛି ବୋଲି ରାଣୀ ଏଲିଜାବେଥ କହିଛନ୍ତି।

Share