ଏହି ଯୁବତୀଙ୍କୁ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆସନ୍ତାବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି। ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କୁ ବିବାହ କରିବେ। ୨୦୨୨ ଜୁଲାଇ ୨୨ରେ ଜନସନ ଏବଂ ସାଇମଣ୍ଡସ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟ ନିଜ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ଲୋକଙ୍କୁ ଏନେଇ ନିମନ୍ତ୍ରଣ ପଠାଇ ସାରିଲେଣି। କିନ୍ତୁ ଏପର୍ଯ୍ୟନ୍ତ ବିବାହ ସ୍ଥାନ ବିଷୟରେ ଖୁଲାସା କରାଯାଇ ନାହିଁ। ୨୦୨୦ ଫେବୃଆରୀରେ ଜନସନ ଏବଂ ସାଇମଣ୍ଡସଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ସେତେବେଳେ ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି କହିଥିଲେ। ବୋରିଶଙ୍କ ବୟସ ୫୬ ହୋଇଥିବାବେଳେ ତାଙ୍କୁ ପ୍ରେମିକାଙ୍କ ବୟସ ୩୩ ବର୍ଷ। ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଜନସନ ଏବଂ ସାଇମଣ୍ଡସ ଡାଉନିଂ ଷ୍ଟ୍ରିଟରେ ଏକାଠି ରହୁଛନ୍ତି। ଦୁହିଁଙ୍କର ୱିଲଫ୍ରେଡ ରୋରୀ ନିକୋଲସ ନାମକ ଏକ ପୁଅ ମଧ୍ୟ ଅଛି। ଗତବର୍ଷ ସାଇମଣ୍ଡସ ୱିଲଫ୍ରେଡଙ୍କୁ ଜନ୍ମ ଦେଇଥିଲେ। ଜନସନ ପ୍ରଥମେ ମାରିନା ହ୍ବିଲର୍‌ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କୁ ୪ଟି ସନ୍ତାନ ଅଛି। ବିବାହର ୨୫ ବର୍ଷ ପରେ ଜନସନ ୨୦୧୮ ସେପ୍ଟେମ୍ବରରେ ମାରିନାଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ ଆଲେଗ୍ରା ମୋଷ୍ଟିନ୍‌ ଓ୍ବେନ୍‌ଙ୍କୁ ବିବାହ କରିଥିଲେ। ଆଲେଗ୍ରା ଜନସନଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଥିଲେ।

Share