ପର୍ନୋଗ୍ରାଫି ମାୟାରେ ବ୍ରିଟେନ୍‌ ଶିଶୁ

ଲଣ୍ଡନ,୩।୨:ପର୍ନୋଗ୍ରାଫିକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ବହୁ ନିୟମମାନ ଲାଗୁ କରାଯାଇଛି। ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବକୁ ଦେଖି ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ନିକଟରେ ଲଣ୍ଡନରେ କରାଯାଇଥିବା ଏକ ସର୍ଭେ ମୁତାବକ, ଅଧିକାଂଶ ପିଲା କିଶୋର ବୟସରେ ପହଞ୍ଚିବା ପୂର୍ବରୁ ପର୍ନ ବା ଅଶ୍ଳୀଳ ଫିଲ୍ମ ଦେଖିବା ଆରମ୍ଭ କରୁଛନ୍ତି। ଭବିଷ୍ୟତର ଯୁବପିଢ଼ିଙ୍କ ଉପକାର ସକାଶେ ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ପ୍ରସାରିତ ହେଉଥିବା ଖରାପ କଣ୍ଟେଣ୍ଟ ଦେଖିବାକୁ ରୋକାଯିବା ବର୍ତ୍ତମାନ ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ଏହି ପର୍ନୋଗ୍ରାଫି ସର୍ଭେରେ କୁହାଯାଇଛି।
ଅନ୍‌ଲାଇନ୍‌ରେ ଏକ ସାଧାରଣ ଭିଡିଓ ପ୍ରସାରିତ ହେବାଭଳି ବର୍ତ୍ତମାନ ସମୟରେ ପର୍ନ ଭିଡିଓ ସବୁ ଘୂରୁବୁଲୁଛି, ଯାହାଫଳରେ ପିଲାମାନଙ୍କ ନିକଟରେ ଏସବୁ ଅତି ସହଜରେ ପହଞ୍ଚିଯାଇ ପାରୁଛି। ପାଖାପାଖି ୧୦% ପିଲା ମାତ୍ର ୯ ବର୍ଷ ବୟସରେ ପର୍ନ ଭିଡିଓ ଦେଖୁଥିବାବେଳେ ୧୧ ବର୍ଷ ବୟସର ପ୍ରାୟ ୨୭% ପିଲା ଏହି ଭିଡିଓକୁ ଅନ୍‌ଲାଇନ୍‌ରେ ଦେଖିବାରେ ଲାଗିଛନ୍ତି।
ସର୍ଭେ ରିପୋର୍ଟ ଅନୁସାରେ, ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରରେ ସର୍ବାଧିକ ୪୧% ପିଲା ପର୍ନୋଗ୍ରାଫି ଦେଖୁଛନ୍ତି। ସେହିପରି ନିର୍ଦ୍ଦିଷ୍ଟ ପର୍ନୋଗ୍ରାଫି ସାଇଟ୍‌ରେ ୩୭%, ଇନ୍‌ଷ୍ଟାଗ୍ରାମରେ ୩୩%, ସ୍ନାପଚାର୍ଟରେ ୩୨% ଏବଂ ସର୍ଚ୍ଚ ଇଞ୍ଜିନ ଜରିଆରେ ୩୦% ପିଲା ଅଶ୍ଳୀଳ ଫିଲ୍ମ ଦେଖୁଛନ୍ତି। ପିଲାମାନଙ୍କୁ ଏ ପ୍ରକାର କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ବିକ୍ରି ହେଉଥିବା ଅଶ୍ଳୀଳ ମାଗାଜିନ୍‌ ଏବଂ ବର୍ତ୍ତମାନ ସମୟରେ ସହଜରେ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଥିବା ଅଶ୍ଳୀଳ ଭିଡିଓ ମଧ୍ୟ ବହୁ ପାର୍ଥକ୍ୟ ରହିଥିବା ଲଣ୍ଡନର ଚିଲ୍‌ଡ୍ରେନ୍‌ କମିଶନର ଡାମେ ରାଚେଲ ଡି ସୋଜା କହିଛନ୍ତି। ଏ ନେଇ ଶିକ୍ଷକ ଓ ଆଇନ ପ୍ରଣେତାମାନେ ସମ୍ବେଦନଶୀଳ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌।
ଭାରତରେ ୨୦୨୧ ମସିହା ନୂଆ ଆଇଟି ନିୟମ ଅନୁସାରେ ଭାରତରେ ପର୍ନୋଗ୍ରାଫିକ୍‌ ଓ୍ବେବ୍‌ ସାଇଟ୍‌ଗୁଡ଼ିକୁ ବ୍ୟାନ୍‌ କରାଯାଇଛି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ନିୟମ ଗତବର୍ଷ ସେପ୍ଟେମ୍ବରରେ ଲାଗୁ କରାଯାଇଛି। ଏହା ଜରିଆରେ ପାଖାପାଖି ୬୩ଟି ଓ୍ବେବ୍‌ସାଇଟ୍‌କୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ରେ ପର୍ନୋଗ୍ରାଫିକ୍‌ କଣ୍ଟେଣ୍ଟ୍‌ ଥିବା ୮୨୭ ଓ୍ବେବ୍‌ସାାଇଟ୍‌କୁ ବ୍ଲକ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri