ହାତରେ ସୁରକ୍ଷା ସୂତା ବାନ୍ଧି ପ୍ରଥମ ଭାଷଣ ଦେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଲଣ୍ଡନ,୨୬।୧୦: ଋଷି ସୁନାକ ବ୍ରିଟେନର ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିଛନ୍ତି। ଲିଜ୍‌ ଟ୍ରସଙ୍କ ଇସ୍ତଫା ପରେ କଞ୍ଜରବେଟିଭ୍‌ ପାର୍ଟିର ଏମ୍‌ପିମାନେ ଟୋରି ନେତୃତ୍ୱ ନିର୍ବାଚନରେ ଋଷି ସୁନକଙ୍କୁ ବହୁଳ ଭାବେ ସମର୍ଥନ ଜଣାଇ ନିଜର ନୂତନ ନେତା ବାଛିଥିଲେ। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ୧୦ଡାଉନିଂ ଷ୍ଟ୍ରିଟ (ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବାସଭବନ)ରେ ବୁଧବାର ନିଜର ପ୍ରଥମ ଭାଷଣ ଦେଇଛନ୍ତି। ଏହି ସମୟରେ ସେ ନିଜ ହାତରେ ସୁରକ୍ଷା ସୂତା ବାନ୍ଧିଥିବାର ଦେଖିବାକୁ ମିଳିଛି। ହିନ୍ଦୁ ଧର୍ମରେ ଏହି ରକ୍ଷା ସୂତାର ବିଶେଷ ଗୁରୁତ୍ୱ ରହିଛି। ପୂଜା କିମ୍ବା ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକୁ ସମାପ୍ତ କରିବା ପରେ ଏହାକୁ ହାତରେ ବନ୍ଧା ଯାଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଋଷି ସୁନକ ହୁଏତ ପାଶ୍ଚାତ୍ୟ ସଭ୍ୟତାରେ ବାସ କରିଥାଇ ପାରନ୍ତି, କିନ୍ତୁ ଧର୍ମ ପ୍ରତି ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି। ପୂର୍ବରୁ ମଧ୍ୟ ସେ ଅନେକ ଥର ନିଜକୁ ହିନ୍ଦୁ ବୋଲି ଗର୍ବ ମନେ କରିବା ସହ ହିନ୍ଦୁ ମୋର ପରିଚୟ ବୋଲି କହିଛନ୍ତି।

Share