ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି। ଏହି ପ୍ରଜାତିର ସବୁଠାରୁ ବଡ଼ ହେଉଛି ନୀଳ ପ୍ରଜାପତି। ଏହାକୁ କଟସ୍ବୋଲ୍ଡ ପାହାଡାରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଏହି ନୀଳ ପ୍ରଜାପତିକୁ ୧୯୭୯ ମସିହାରେ ବିଳୁପ୍ତ ଘୋଷଣା କରାଯାଇଥିଲା। ପରେ ନ୍ୟାସନାଲ ଟ୍ରଷ୍ଟର ବାରମ୍ବାର ଉଦ୍ୟମ ପରେ ଏହି ପ୍ରଜାତି ପୂନର୍ବାର ଫେରି ଆସିଛି। ଏହି ପ୍ରଜାପତିର ବଂଶ ବୃଦ୍ଧି ପାଇଁ, ଗତ ବର୍ଷ ରୋଡବୋରୋ କମନ ୮୬୭ ଏକଜ ଜମି ପ୍ରଦାନ କରିଥିଲା।
ବିଗତ ୧୫୦ ବର୍ଷରେ ଏହି ବିରଳ ପ୍ରଜାପତିକୁ ଦେଖାଯାଇ ନ ଥିଲା। ଚଳିତ ବର୍ଷ ଗରମ ସମୟରେ ୭୫୦ ପ୍ରଜାପତିକୁ ଦେଖିବାକୁ ମିଳିଥିଲା। ଏହାପରେ ପାହାଡର ଘାସଭୂମିକୁ ପ୍ରଜାପତିଙ୍କ ସହିତ ଖାପ ଖୁଆଇଲା ଭଳି ତିଆରି କରାଗଲା। ଯାହାଫଳରେ ଶରତ ଋତିରେ ୧୧୦୦ ଲାଭା ଜନ୍ମଗ୍ରହଣ କରିଥିଲେ। ଚାରି ଦଶନ୍ଧି ପରେ ସାରା ବିଶ୍ୱରେ ବିଲୁପ୍ତ ହୋଇଯାଇଥିବା ଏହି ପ୍ରଜାପତି ବର୍ତ୍ତମାନ କେବଳ ବ୍ରିଟେନରେ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଛି। ପ୍ରଫେସର ଜେରେମି ଥୋମାସ୍‌ ଏବଂ ଡେଭିଡ ସିମକକ୍ସ ପ୍ରଜାପତି ପ୍ରଜନନ ଉପରେ ଅଧ୍ୟୟନ କରିଥିଲେ। ଏଥିପାଇଁ ସେମାନେ ପ୍ରଥମେ ଏହି ପ୍ରଜାପତିର ଅନ୍ୟ ଜୀବନଚକ୍ରକୁ ବୁଝିଥିଲେ। ପରେ ସେ ସଫଳତାର ସହିତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ। ବିରଳ ପ୍ରଜାପତିର ପ୍ରତ୍ୟାବର୍ତ୍ତନ ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Share