କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ

ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ ଓ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରିଛନ୍ତି। ଧର୍ମଘଟ ବନ୍ଦ କରିବାକୁ କର୍ମଚାରୀମାନଙ୍କୁ ସରକାର ବାରମ୍ବାର ଆହ୍ବାନ ଦେଇଆସୁଛନ୍ତି। ଏହା ଦ୍ୱାରା ବେତନ ବୃଦ୍ଧି ହେବନି କି ଦରଦାମ୍‌ ହ୍ରାସ ପାଇବ ନାହିଁ ବରଂ ଆନ୍ଦୋଳନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସ୍ବାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ପ୍ରଭାବିତ ହୁଏ, ତେବେ ସରକାର ଜନସେବା କାର୍ଯ୍ୟ ଚାଲୁ ରଖିବା ପାଇଁ ସେନା ଡାକିବାକୁ ବିଚାର କରୁଛନ୍ତି।

ଏବେ ଧର୍ମଘଟ ନୁହେଁ ବୁଝାମଣାର ସମୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବେତନ ଓ ନିଯୁକ୍ତି ସର୍ତ୍ତାବଳୀକୁ ନେଇ ଡାକ କମ୍ପାନୀ ରୟାଲ ମେଲ୍‌ର କର୍ମଚାରୀମାନେ ଚଳିତ ବର୍ଷ ଏକାଧିକ ପର୍ଯ୍ୟାୟ ଧର୍ମଘଟ କଲେଣି। ପ୍ରଧାନମନ୍ତ୍ରୀ ଋଷି ସୁନକ ମାସେ ହେଲା କ୍ଷମତାକୁ ଆସିଥିବାବେଳେ ମାନ୍ଦାବସ୍ଥା ସମେତ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସରକାରୀ କର୍ମଚାରୀ, ଏନ୍‌ଏଚ୍‌ଏସ୍‌ ଷ୍ଟାଫ୍‌, ଶିକ୍ଷକ, ଅଗ୍ନିଶମ କର୍ମଚାରୀମାନଙ୍କ ଆନ୍ଦୋଳନ ଅଧିକାର ଉପରେ କଟକଣା ଲଗାଇବାକୁ ସୁନକ ଯୋଜନା କରୁଥିବା ଖବର ପ୍ରକାଶ ପାଇଛି। ସ୍ବାସ୍ଥ୍ୟକର୍ମୀ ଧର୍ମଘଟରେ ସାମିଲ ହେଲେ ଫାର୍ମାସିଷ୍ଟମାନଙ୍କୁ ରୋଗୀ ଚିକିତ୍ସାରେ ଲଗାଯାଇପାରେ ବୋଲି ଏକ ଖବରକାଗଜ ପ୍ରକାଶ କରିଛି। ବେତନ ବୃଦ୍ଧି ନେଇ ସ୍କଟଲାଣ୍ଡର ଶିକ୍ଷକମାନେ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଧର୍ମଘଟରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ସମାଲୋଚନା କଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୨: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ କଂଗ୍ରେସ ରାଜ କୃଷ୍ଣମୂର୍ତ୍ତି ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏହାର ମୁକାବିଲା ପାଇଁ...

ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର...

‘ପାକିସ୍ତାନରେ ପୁଣି ସ୍ବାଧୀନତା ସଂଗ୍ରାମ ଆରମ୍ଭ ହେବ’

ଇସ୍‌ଲାମାବାଦ,୧୦ା୪: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଭିତରେ ଶନିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଅନାସ୍ଥା ଭୋଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହାରିଯାଇଛନ୍ତି। ପଦ ହରାଇବା ପରେ ରବିବାର...

ଆଫଗାନିସ୍ତାନରେ ବୋମା ବିସ୍ଫୋରଣ: ୩୪ ମୃତ

କାବୁଲ,୩୧।୭: ଆଫଗାନିସ୍ତାନରେ ବୋମା ବିସ୍ଫୋରଣରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ହେରାତ୍‌-କନ୍ଧାହର ଜାତୀୟ ରାଜପଥ ନିକଟରେ ଏହି ବିସ୍ଫୋରଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ...

ପୁଟିନ୍‌ଙ୍କ ଭୟରେ ଯୁଦ୍ଧ ବିମାନ ଦେବାକୁ ମନାକଲେ ବାଇଡେନ୍‌…

ଓ୍ବାଶିଂଟନ/ମସ୍କୋ,୯।୩ : ୟୁକ୍ରେନକୁ ପୁଣି ଏକ ବଡ ଝଟକା ମିଳିଛି। ପୋଲାଣ୍ଡର ୨୮ ମିଗ -୨୯ ଯୁଦ୍ଧ ବିମାନ ଯୋଗାଇବା ପ୍ରସ୍ତାବକୁ ଆମେରିକା ପ୍ରତ୍ୟାଖ୍ୟାନ କରିଛି।...

ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ ହେଲେ ମୋଦି

ଆବୁଧାବି,୨୪।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌...

ତାଲିବାନ ନେତାଙ୍କୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ

କାବୁଲ,୨।୬: ଗତ ବର୍ଷ ଅଗଷ୍ଟ ପରଠାରୁ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ଭାରତୀୟ ପ୍ରତିନିଧୀ ଦଳ ଗୁରୁବାର କାବୁଲରେ ପହଞ୍ଚିଛନ୍ତି। ଭାରତୀୟ...

ଡ୍ରାଇଭର ନ ମିଳିବାରୁ ସୈନିକ ଚଲାଇବେ ତେଲ ଟ୍ୟାଙ୍କର

ଲଣ୍ଡନ, ୨୯ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍ଗଟ ଦୂର କରିବା ପାଇଁ...

Advertisement
Archives

Model This Week