Posted inଖେଳ

ବ୍ରିସ୍‌ବେନ୍‌ ଟେଷ୍ଟ : କ୍ୱାରାଣ୍ଟାଇନ୍‌ ନିୟମ କୋହଳ ପାଇଁ ବିସିସିଆଇର ଚିଠି

ନୂଆଦିଲ୍ଲୀ, ୮ା୧ (ପି.ଟି.)-ଚତୁର୍ଥ ଟେଷ୍ଟ ପୂର୍ବରୁ ବ୍ରିସ୍‌ବେନର କଠୋର କ୍ୱାରାଣ୍ଟାଇନ୍‌ ପ୍ରୋଟୋକଲକୁ କୋହଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଅର୍ଲ ଏଡିଙ୍ଗ୍ସଙ୍କ ନିକଟକୁ ଏକ ଚିଠି ଲେଖିଛି। ଟୁର୍‌ ପାଇଁ ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ପୃଥକ୍‌ ପୃଥକ୍‌ ସହର ପାଇଁ ଦୁଇ ଅଲଗା କଠିନ କ୍ୱାରାଣ୍ଟାଇନ୍‌ ନିୟମ ସମ୍ପର୍କରେ ଏଥିରେ କୌଣସି ସର୍ତ୍ତ ନ ଥିଲା। ବ୍ରିସ୍‌ବେନ ଟେଷ୍ଟ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ସହର ପାଇଁ ହୋଇଥିବା କ୍ୱାରାଣ୍ଟାଇନ୍‌ ନିୟମ ଅନୁସାରେ ପ୍ରତ୍ୟେକ ଦିନ ଖେଳ ଶେଷ ହେବା ପରେ ଖେଳାଳିମାନଙ୍କୁ ସେମାନଙ୍କ ହୋଟେଲ ରୁମ୍‌ରେ ରହିବାକୁ ପଡ଼ିବ। ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ ବିସିସିଆଇ ଏକ ଆନୁଷ୍ଠାନିକ ଚିଠି ପଠାଇବା ଲାଗି ନିଷ୍ପତ୍ତି ନେଇଥିଲା। ବିସିସିଆଇ ତରଫରୁ ଯେଉଁ ଦାବି କରାଯାଇଛି ତାହା ଅତି ସାଧାରଣ। ଖେଳାଳିମାନଙ୍କୁ ବାୟୋ-ବବଲ ହୋଟେଲ ଭିତରେ ପରସ୍ପର ସହ ମିଶିବାକୁ ଅନୁମତି ଦିଆଯାଉ। ହୋଟେଲ ଭିତରେ ସେମାନଙ୍କୁ ଏକତ୍ର ଖାଇବାକୁ ଅନୁମତି ମିଳୁ ଠିକ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କରାଯାଇଥିବା ବ୍ୟବସ୍ଥା ଭଳି। ଅନ୍ୟ ପକ୍ଷରେ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି ଯେ, ହେଟେଲର ସମାନ ଫ୍ଲୋର୍‌ରେ ଅବସ୍ଥାନ କରୁଥିବା ଖେଳାଳିମାନେ ପରସ୍ପର ସହ ମିଳାମିଶା କରିପାରିବେ। କିନ୍ତୁ ଦୁଇ ପୃଥକ ଫ୍ଲୋରର ଖେଳାଳିମାନେ ଏକାଠି ହୋଇ ପାରିବେ ନାହିଁ। ଏହାକୁ ଅନେକ ହସ୍ୟାସ୍ପଦ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri