ଦିପାବଳୀର ଭିନ୍ନ ଉପହାର: ୧୦ ଗ୍ରାମ ସୁନା, ମୋବାଇଲ, ମିକ୍ସର… ରୋଗୀ ଆଣ ଉପହାର ନିଅ

ଇନ୍ଦୋର,୧୯ ।୧୦: ମଧ୍ୟ ପ୍ରଦେଶର ଆଗର ମାଲୱା ଜିଲାରେ ଚିକିତ୍ସା ବିଭାଗ ଏକ ଭିନ୍ନ ଉପହାର ଘୋଷଣା କରିଛି । ଟିବି ରୋଗୀଙ୍କୁ ହସ୍ପିଟାଲ ଆଣୁଥିବା ବ୍ୟକ୍ତିଙ୍କୁ ୫୦୦ରୁ ୫୦ ହଜାର ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସଂମ୍ପୃକ୍ତ ଅଞ୍ଚଳରେ ଟିବିକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା କୁହାଯାଉଛି । ଫଳରେ ଲୋକେ ଟିବି ଭଳି ରୋଗକୁ ନ ଲୁଚାଇ ହସ୍ପିଟାଲ ଯାଇ ଚିକିତ୍ସା କରାଇବେ ।
ସୂଚନାଯୋଗ୍ୟ, ଆଗର ମଲୱା ଜିଲାର ଚିକିତ୍ସା ବିଭାଗ ଦିପାବଳୀ ପାଇଁ ଏକ ବମ୍ପର ପୁରସ୍କାର ଯାଜନା ଆରମ୍ଭ କରିଛନ୍ତି । ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଏହି ଯୋଜନା ଅନୁଯାୟୀ, ଯେଉଁମାନେ ଟିବି ରୋଗୀଙ୍କୁ ହସ୍ପିଟାଲ ଆଣିବେ ସେମାନଙ୍କୁ ୫ଶହରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି ।
କେବଳ ସେତିକି ନୁହେଁ ପୁରସ୍କାର ଭାବେ ମିକ୍ସର ଗ୍ରାଇଣ୍ଡର, ମୋବାଇଲ ଓ ସୁନା-ଚାନ୍ଦିର ମୁଦ୍ରା ବି ରଖାଯାଇଛି । ଏଥିପାଇଁ ଆପଣଙ୍କୁ ଟିବିର ନୂଆ ରୋଗୀଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଣିବାକୁ ପଡିବ ।

Share