‘କୋଭିଡ୍‌ ପାଇଁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଫେରାଇ ଆଣ’

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କୋଭିଡ୍‌ ସମୟରେ ପାଠ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ସ୍କୁଲ (ସରକାରୀ ଓ ବେସରକାରୀ) ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)। ଏଥିସହିତ ୨୬ ତାରିଖ ସୁଦ୍ଧା ଏ ନେଇ ରିପୋର୍ଟ ଦେବା ପାଇଁ ମଧ୍ୟ କମିଶନ କହିଛନ୍ତି। ଏ ସଂକ୍ରାନ୍ତରେ ଗତ ଜାନୁୟାରୀ ୧୦ରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଓଏଚ୍‌ଆର୍‌ସିଙ୍କ ନିକଟରେ ଏକ ପିଟିଶନ ଦାଏର ହୋଇଥିଲା। କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ବେଞ୍ଚ ଏହାର ବିଚାର କରି ସ୍କୁଲ୍‌ ଛାଡ଼ିଥିବା ପିଲାଙ୍କୁ ତୁରନ୍ତ ମିଶନ ମୋଡ୍‌ରେ ଫେରାଇ ଆଣିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଏବଂ ଲେବର ଓ ଇଏସ୍‌ଆଇ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ପ୍ରାୟ ୮ ଲକ୍ଷ ପିଲା ପାଠ ଛାଡ଼ି ଓଡ଼ିଶା ତଥା ରାଜ୍ୟ ବାହାରେ କାମ କରୁଛନ୍ତି। ସରକାରୀ ସ୍କୁଲ ବନ୍ଦ ଥିଲାବେଳେ ଏହାର ଠିକ୍‌ ହିସାବ ମିଳିବା କଷ୍ଟକର ଥିଲା। ଏବେ ସ୍କୁଲ ଖୋଲିବା ପରେ ସ୍ପଷ୍ଟ ଚିତ୍ର ମିଳିପାରିଛି। ତେଣୁ ସେମାନଙ୍କୁ ପୁଣି ଫେରାଇ ଆଣି ସ୍କୁଲରେ ନାମ ଲେଖାଇବା ସହ ସେମାନଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ମନୋଜ ଜେନା ତାଙ୍କ ପିଟିଶନରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏହାର ଶୁଣାଣି ସମୟରେ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଓ ସଙ୍ଗଠନ ସମ୍ପାଦକ ରମେଶ ଭାରତୀ ଉପସ୍ଥିତ ରହି ତଥ୍ୟ ଉପସ୍ଥାପନ କରିଥିଲେ। ପିଲାଙ୍କ ସ୍ଥିତି ଜାଣିବାକୁ ମହାସଂଘ ସଦସ୍ୟ ସାରା ଓଡ଼ିଶା ଗସ୍ତ କରିଥିଲେ। ଏହି ସମୟରେ ଯେଉଁ ଢାବା, ଲଜ୍‌, ଛୋଟ ବଡ଼ ବ୍ୟବସାୟ ଅନୁଷ୍ଠାନକୁ ଗଲେ ସବୁଠି ସାନ ପିଲାମାନେ ମଜଦୁରି କାମରେ ଲାଗିଥିବା ଦେଖିବାକୁ ପାଇଥିଲେ। ଅଧିକାଂଶ କରୋନା କାଳରେ ସ୍କୁଲ୍‌ ଛାଡ଼ିଥିବା ଜଣାପଡିଥିଲା। ସେମାନଙ୍କ ସଂଖ୍ୟା ଅନୁମାନ କଲେ ପ୍ରାୟ ୮ ଲକ୍ଷ ହେବ। ବିଶେଷ ଭାବେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସୋନପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର ଓ ଅନ୍ୟାନ୍ୟ ପାଖାପାଖି ଜିଲାରୁ ପିଲାମାନେ ଅନ୍ୟ ଜିଲାକୁ ପଳାଇଥିବା ଦେଖାଯାଇଥିଲା। ବିଶେଷ ଭାବେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଜିଲାରୁ ପିଲାମାନେ ସେମାନଙ୍କ ପରିବାର ସହ ବାହାରକୁ ଇଟା ଭାଟିରେ କାମ କରିବାକୁ ଯାଇଥିବା ଜାଣିବାକୁ ପାଇଥିଲେ। ସେମାନେ ଏବେ ନ ଆସିଲେ ଆଉ ପାଠ ପଢ଼ିବେ ନାହିଁ, ଯାହାକି ଆମ ପାଇଁ ସବୁଠାରୁ ବଡ଼ କ୍ଷତି ହେବ। ସେଥିପାଇଁ ସେମାନଙ୍କୁ ତୁରନ୍ତ ସ୍କୁଲ ଫେରାଇ ଆଣିବା ପାଇଁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri