Categories: ଜାତୀୟ

ବରଣମାଳା ପୂର୍ବରୁ ବରଙ୍କ ହାତରେ ହାତକଡ଼ି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବରଙ୍କୁ ହଟହଟା ହେବାକୁ ପଡ଼ିଛି। ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିବାକୁ ଆସିଥିବା ବରଙ୍କ ବେକରେ ବରଣମାଳା ପଡ଼ିବା ପୂର୍ବରୁ ହାତରେ ହାତକଡ଼ି ଲାଗିଛି। ନାବାଳିକାଙ୍କୁ ବିବାହ କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ନାବାଳିକା କନ୍ୟା ପୋଲିସକୁ ଏନେି ଖବର ଦେଇଥିଲେ। କନ୍ୟାଙ୍କ ମାତାପିତାଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥଳେ ତାଙ୍କର ମତାମତ ନ ନେଇ ବିବାହ କରାଯାଉଥିବା ନାବାଳିକା କହିଥିଲେ। କନ୍ୟା ନାବାଳିକା ଥିବା ସମ୍ପର୍କରେ ବରପକ୍ଷ ଜାଣି ନ ଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିବାହରେ କେଉଁମାନଙ୍କର ଭୂମିକା ରହିଛି ତାହାର ଯାଞ୍ଚ୍‌ ଜାରି ରହିଛି।

Share