କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା ବିହାରରେ ଘଟିଛି। ବନ୍ୟା ଯୋଗୁ ବିହାରରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। କିଶନଗଞ୍ଜ ଜିଲାରେ ବିବାହ କରିବାକୁ ଯାଇଥିବା ବର ନବବିବାହିତା କନ୍ୟାଙ୍କୁ ଘରକୁ ଆଣିବା ସମୟରେ ଏଭଳି ଘଟିଛି। ବର ପକ୍ଷ କନ୍ୟାଙ୍କୁ ଡଙ୍ଗାରେ ଧରି ଫେରୁଥିଲେ। ତେବେ ପଲସା ଘାଟରେ କନ୍ୟାଙ୍କୁ ଡଙ୍ଗାରେ ନିଜ ଗାଁକୁ ନେଇ ଫେରୁଥିଲେ। ତେବେ ବାଟରେ ପାଣି କମ୍‌ ଥିବାରୁ ଡଙ୍ଗା ଆଉ ଚାଲି ନ ଥିଲା। ତେଣୁ ବର କନ୍ୟାଙ୍କୁ କାନ୍ଧରେ ବୋହି ନେଇଥିଲେ। ଶନିବାର ବର ଶିବା କୁମାର ସିଂ ବରଯାତ୍ରୀ ନେଇ ଲୋହାଗାଡ଼ାରୁ କନ୍ୟାଘର ପଲସା ଗାଁକୁ ଯାଇଥିଲେ। ରବିବାର କନ୍ୟାଙ୍କୁ ଧରି ଫେରିବା ସମୟରେ ଏଭଳି ଘଟିଥିଲା।

Share