Categories: ଫୁରସତ

‘ଏପ୍ରିଲ ୨୬ରେ ମୋ’ ବିବାହ, ମୋତେ ଉଠାଇ ନେଇଯାଅ’

ଦଶ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର। ବିବାହକୁ ନେଇ ଖୁସି ନ ଥିବା ପ୍ରେମିକା ନିଜର ପ୍ରେମିକଙ୍କୁ ବିବାହ ମଣ୍ଡପରୁ ଉଠାଇ ନେବାକୁ ପତ୍ରରେ କହିଛନ୍ତି। ଏଥିପାଇଁ ସେ ନୋଟ୍‌ରେ ନିଜର ମନକଥା ଲେଖି ପଠାଇଛନ୍ତି। ପ୍ରେମ ସପ୍ତାହରେ ସୋସିଆଲ ମିଡିଆରେ ଏଭଳି ଏକ ପତ୍ର ବେଶ ଭାଇରାଲ ହେଉଛି।

ପତ୍ର ମୁତାବକ, କୁସୁମ ନାମକ ଯୁବତୀଙ୍କ ବିବାହ ଏପ୍ରିଲ ୨୬ରେ ହେବ। ଏହାପୂର୍ବରୁ ସେ ନିଜର ପ୍ରେମିକ ବିଶାଳଙ୍କୁ ଏକ ୧୦ ଟଙ୍କିଆ ନୋଟରେ ପତ୍ରରେ ଲେଖିଛନ୍ତି।

ବିଶାଳ ମୋ ବିବାହ ଏପ୍ରିଲ ୨୬ରେ। ମୋତେ ଉଠାଇ ନେଇ ଯାଅ। ମୁଁ ତୁମକୁ ବହୁତ ଭଲପାଏ। ତୁମର କୁସୁମ ବୋଲି ପତ୍ରରେ ଲେଖାଅଛି। ଏହା ଅନ୍ୟଜଣଙ୍କ ହାତରେ ପଡ଼ିବା ପରେ ସେ ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିଲେ, ଯାହାକି ଭାଇରାଲ ହେଉଛି।

ଦେଖନ୍ତୁ ଫଟୋ:

Share