Categories: ଫୁରସତ

ବରଣମାଳା ପିନ୍ଧାଇବା ସମୟରେ ବରଙ୍କ ସହ ଘଟିଲା ଏମିତି, କନ୍ୟା ଯାହା କଲେ, ଭିଡିଓ ଦେଖିଲେ…

ଆଗକାଳରେ ବିବାହ ସମୟରେ କନ୍ୟାଙ୍କୁ କେହି ଦେଖୁ ନ ଥିଲେ। ବିବାହ ସରିବା ପର୍ଯ୍ୟନ୍ତ କନ୍ୟାର ମୁହଁ ଓଢଣୀରେ ଢାଙ୍ଗି ହୋଇ ରହୁଥିଲା। ବର୍ତ୍ତମାନ ସମୟ ବଦଳିଛି। କନ୍ୟା ନାଚିବାଠାରୁ ଆରମ୍ଭ କରି ବୁଲେଟ୍‌ ଚଢ଼ି ଷ୍ଟେଜ୍‌କୁ ଆସିବା ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ଆଗରୁ କନ୍ୟାମାନେ ବରଙ୍କ ମୁହଁ ଦେଖୁ ନ ଥିଲେ କି କଥାବାର୍ତ୍ତା କରୁ ନ ଥିଲେ।

 

ପରିବର୍ତ୍ତନଶୀଳ ସମୟରେ ବିବାହ ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କନ୍ୟା ବିବାହ ପୂର୍ବରୁ ତାଙ୍କ ଭାବିସ୍ବାମୀଙ୍କ ପ୍ରତି ଏତେ ଯତ୍ନ କରୁଛନ୍ତି, ଯାହା ଦେଖି ସମସ୍ତ ବ୍ୟାଚେଲର ବିବାହ କରିବାକୁ ମନ ବଳାଉଛନ୍ତି।

ବିବାହ ପୂର୍ବରୁ ବର ଏବଂ କନ୍ୟା ମାଳା ବଦଳ ପାଇଁ ଷ୍ଟେଜ୍‌ ଉପରେ ଠିଆ ହୋଇଥିଲେ। ଏହି ସମୟରେ ଷ୍ଟେଜ୍‌ରେ ଲାଗିଥିବା ଆଲୋକ ଯୋଗୁ ଅନେକ ପୋକ ଉଡୁଥିଲେ। ଠିକ୍‌ ଫଟୋ ଉଠାଇବା ସମୟରେ ବରଙ୍କ ଆଖିରେ ଏକ ପୋକ ପଶିଗଲା। ବର ତୁରନ୍ତ ମୁହଁ ବୁଲାଇଦେଲେ। କିନ୍ତୁ ଏହା ପରେ କନ୍ୟା ଯାହା କରିଥିଲେ, ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମସ୍ତଙ୍କ ସାମ୍ନାରେ ରୁମାଲ ନେଇ ବରଙ୍କ ଆଖିରୁ ପୋକ ବାହାର କରିବାକୁ ଲାଗିଲେ। ଖାଲି ଏତିକି ନୁହେଁ ବରଙ୍କ ମୁହଁ ଧରି ସେ ଆଖିରେ ଫୁଙ୍କିବା ଆରମ୍ଭ କରିଥିଲେ।

ଏହି ଭିଡିଓ itz_priynandan_00 ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ମଧ୍ୟ ଏପରି ସ୍ତ୍ରୀ ଚାହୁଁଛନ୍ତି। ଆଉ କିଛି ୟୁଜର ଏହି ଯୋଡ଼ି ସବୁଦିନ ପାଇଁ ହସଖୁସିରେ ରହିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କନ୍ୟା ଯେପରି ସମାଜ ପ୍ରତି ଧ୍ୟାନ ନ ଦେଇ ତାଙ୍କ ଭାବିସ୍ବାମୀଙ୍କ ଆଖି ସଫା କଲେ, ତାହା ଦେଖି ଅନେକ ଅବିବାହିତ ଏପରି ସ୍ତ୍ରୀ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଲୋକମାନେ ଉଭୟଙ୍କ ଭଲପାଇବାକୁ ଖୁବ୍‌ ପସନ୍ଦ କରିଛନ୍ତି।

Share