Posted inଫୁରସତ

ଅନ୍‌ଲାଇନ୍‌ରେ ବିବାହ ଡ୍ରେସ୍‌ ଅର୍ଡର କରିଥିଲେ ଯୁବତୀ, ପ୍ୟାକେଟ୍‌ ଦେଖି ପାଦତଳୁ ଖସିଗଲା ମାଟି

ଆଜିର ସମୟରେ ଲୋକମାନେ ଅନ୍‌ଲାଇନ୍‌ ଶପିଂକୁ ଅଧିକ ପସନ୍ଦ କରୁଛନ୍ତି। ଏମିତିରେ କରୋନା ଯୋଗୁ ଲୋକମାନେ ଭିଡ଼ରେ ଶପିଂ କରିବା ପରିବର୍ତ୍ତେ ଘରେ ବସି ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଆଶା କରୁଥିବା ସାମଗ୍ରୀଠାରୁ ବେଶ୍‌ ଭଲ ପାଇଥାନ୍ତି। ମାତ୍ର ବେଳେବେଳେ ଅନ୍‌ଲାଇନ୍‌ରେ ଠକାମୀରେ ପଡ଼ିଥାନ୍ତି। ସେମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଅନ୍‌ଲାଇନ୍‌ରେ ବିବାହ ପାଇଁ ଡ୍ରେସ୍‌ କିଣି ଅଡୁଆରେ ପଡ଼ିଛନ୍ତି ଏହି ଯୁବତୀ ଜଣକ।

ଲିଲି ନାମକ ଏହି ଯୁବତୀ ଅନ୍‌ଲାଇନ୍‌ରେ ଲୋକଙ୍କ ସହ ଏହି ଘଟଣା ଶେୟାର କରିଛନ୍ତି। ଲିଲି ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ସେ ଅନ୍‌ଲାଇନ୍‌ରେ ତାଙ୍କ ବିବାହ ଡ୍ରେସ୍‌ ସର୍ଚ୍ଚ କରିଥିଲେ। ଅନେକ ଓ୍ବେବ୍‌ସାଇଟ ସର୍ଚ୍ଚ କରିବା ପରେ, ଶେଷରେ ସେ ଏକ ଡ୍ରେସ୍‌ ଦେଖିଥିଲେ। ଯାହାକି ଲିଲିଙ୍କର ବହୁତ ପସନ୍ଦ ଆସିଥିଲା। ସେ ଅନ୍‌ଲାଇନ୍‌ରେ ଡ୍ରେସ୍‌ଟିକୁ ଅର୍ଡର କରିଥିଲେ। ମାତ୍ର ପରେ ଯେତେବେଳେ ଡ୍ରେସ୍‌ ଆସିଲା ଏହା ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା।

ଲିଲି ଏହି ଡ୍ରେସ୍‌କୁ ସୋଡ଼ା କ୍ଲବ ଓ୍ବେବ୍‌ସାଇଟରୁ ଅର୍ଡର କରିଥିଲେ। ଡ୍ରେସ୍‌ଟି କଳା ରଙ୍ଗ ସହ ଫ୍ଲୋରାଲ ଥିଲା। ତଳେ ଲେସ୍‌ ଲାଗିଥିଲା। ପୋଷାକ ଦେଖି ଲିଲି ନିଜକୁ ସେହି ବିବାହ ଗାଉନ ସ୍ବପ୍ନର ଗାଉନ୍‌ ଭାବି ନେଇଥିଲେ। ସଙ୍ଗେ ସଙ୍ଗେ ଏହାକୁ ଅର୍ଡର କରିଥିଲେ। ଏହି ପୋଷାକ ଡେଲିଭର ହେବାକୁ ପ୍ରାୟ ତିନିମାସ ସମୟ ଲାଗିଲା। କିନ୍ତୁ ଯେତେବେଳେ ଲିଲି ସେହି ଡ୍ରେସ୍‌ ପ୍ୟାକେଟ୍‌ ଖୋଲି ଯାଞ୍ଚ କରିଥିଲେ ସେତେବେଳେ ତାଙ୍କର ସମସ୍ତ ସ୍ବପ୍ନ ଭାଙ୍ଗି ଚୂର୍‌ମାର ହୋଇଯାଇଥିଲା। ଲିଲି ଯେଉଁ ଡ୍ରେସ୍‌ ପସନ୍ଦ କରିଥିଲେ ଡ୍ରେସ୍‌ଟି ସେପରି ନ ଥିଲା।

ଲିଲି ଏହାକୁ ପିନ୍ଧିବା ପରେ ଦୁଃଖିତ ହୋଇଥିଲେ। ସେ ଭାବିଥିଲେ  ଅର୍ଡର ଫେରାଇବେ କିନ୍ତୁ ଯେତେବେଳେ ସେ ଫେରାଇବା ପାଇଁ ସାଇଟ୍‌ ଖୋଲିଲେ ସେହି ସାଇଟ୍‌ ଡିଲିଟ୍‌ ହୋଇଯାଇଥିଲା।

ଏହା ପରେ ଲିଲି ତାଙ୍କ ସହ ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ସହ ଶେୟାର କରିଥିଲେ। ସେ ଅନ୍ୟ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନେ ଏହି ସାଇଟ୍‌ କେବେ ଦେଖନ୍ତି, ତେବେ ସେମାନେ ଭୁଲ୍‌ରେ ମଧ୍ୟ ଏହାର ଜାଲରେ ପଡ଼ିବା ଉଚିତ୍‌ ନୁହେଁ। ଲିଲିଙ୍କ ଏହି ପୋଷ୍ଟ ପରେ ଅନେକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମୁଁ ଏମିତି ଏକ ଡ୍ରେସ୍‌ ମଗାଇବାକୁ ଚାହୁଁଥିଲି। ସେହିପରି ଅନେକ ୟୁଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri