ବଧୂହତ୍ୟା ଅଭିଯୋଗ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୨ା୫(ଡି.ଏନ୍‌.ଏ.): କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମର ଶ୍ରୀଧର ସାହୁଙ୍କୁ ପୋଲିସ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ବାପଘର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣା ଘଟିବାର ୧୫ଦିନ ପରେ ପୋଲିସ ଥାନାରେ ଆଉ ଏକ ମାମଲା(ନଂ.୧୫୧/୨୨) ରୁଜୁ କରିଥିଲା ଶ୍ରୀଧରଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତମାସ ୧୬ରେ ଶ୍ରୀଧରଙ୍କ ସ୍ତ୍ରୀ ଶୁଭଶ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।ଏ ସମ୍ପର୍କରେ ଖବର ପାଇ ଶୁଭଶ୍ରୀଙ୍କ ବାପା ବୃନ୍ଦାବନ ସାହୁ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ। ସେତେବେଳେ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି ଶୁଣି ଅଭିଯୋଗ କରିଥିଲେ ବୋଲି ଦର୍ଶାଇ ଥିଲେ। ପ୍ରଥମ ଅଭିଯୋଗ ମୁତାବକ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୦୮/୨୨)ପୋଲିସ ରୁଜୁ କରି ଘଟଣାର ତଦନ୍ତ କରୁଥିଲାା ହେଲେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବୃନ୍ଦାବନ ଗତମାସ ୨୯ରେ ଥାନାରେ ଆଉ ଏକ ଅଭିଯୋଗ କରି ଝିଅର ସ୍ବାମୀ ଶ୍ରୀଧର, ଶାଶୁ ଓ ପରିବାର ଲୋକେ ମିଶି ଶୁଭଶ୍ରୀଙ୍କୁ ମାରି ଦେଇଛନ୍ତି ବୋଲି ଦର୍ଶାଇଥିଲେ।