Categories: ଫୁରସତ

ଏମିତି ବଜାର, ଯେଉଁଠି ବିକ୍ରି ହୁଅନ୍ତି କନ୍ୟା; ଉଚ୍ଚ ଦାମ୍‌ ଦେଇ କିଣିନିଅନ୍ତି…

ଦୁନିଆରେ ବିଭିନ୍ନ ପ୍ରକାର ବଜାର ରହିଛି। କେଉଁଠି ସାପ୍ତାହିକ ବଜାର ତ ଆଉ କେଉଁଠି ପାକ୍ଷିକ ବଜାର। ସାଧାରଣତଃ ବଜାର କହିଲେ ପନିପରିବା, ପୋଷାକପତ୍ର, ଘରକରଣା ସାମଗ୍ରୀ ଇତ୍ୟାଦି କିଣାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ବଜାର ରହିଛି, ଯେଉଁଠି କନ୍ୟାଙ୍କୁ କିଣାଯାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ବଜାର ରହିଛି ୟୁରୋପର ବୁଲ୍‌ଗେରିଆରେ। ଏଠାରେ ଥିବା ବଜାର କନ୍ୟା ବିକ୍ରି ପାଇଁ ପ୍ରସିଦ୍ଧ। ଯେଉଁଠାକୁ ଲୋକେ ଆସିଥାନ୍ତି ମନ ପସନ୍ଦର କନ୍ୟା କିଣିବା ପାଇଁ। ଏହି ବଜାର ଆଇନର ଖିଲାପ ନୁହେଁ, ବରଂ ବୈଧ ଅଟେ।
ବୁଲ୍‌ଗେରିଆର ଷ୍ଟାର ଜାଗୋର ନାମକ ଏକ ସ୍ଥାନରେ ୩ ବର୍ଷରେ ଥରେ କନ୍ୟା ବଜାର ବସେ। ଏଠାକୁ ଯୁବକମାନେ ଆସି ସେମାନଙ୍କ ମନ ପସନ୍ଦର ଯୁବତୀଙ୍କୁ ବାଛିଥାନ୍ତି।

ଏହି ବଜାର ଗରିବ ପରିବାରଙ୍କ ପକ୍ଷରୁ ଲାଗିଥାଏ। ଯେଉଁ ମା-ବାପାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ, ସେମାନେ ଝିଅଙ୍କୁ ବିବାହ କରିପାରି ନ ଥାନ୍ତି ଏହି ବଜାରକୁ ଆଣିଥାନ୍ତି। ପୁଅ ସହ ପରିବାର ଲୋକେ ଆସି ଝିଅ ପସନ୍ଦ କରନ୍ତି। ପୁଅର ଯଦି ଝିଅ ପସନ୍ଦ ହେଲା ତେବେ ଟଙ୍କା ଦେଇ କିଣିନିଅନ୍ତି। ଝିଅଙ୍କୁ ଦେଖି ସେହି ପରିମାଣର ଅର୍ଥ ଦିଆଯାଏ।

ସବୁଠୁ ବଡ଼ କଥା ହେଲା କଲାଇଦଝି ସମ୍ପଦ୍ରାୟର ଲୋକଙ୍କ ଦ୍ୱାରା ଏହି ବଜାର ଲାଗିଥାଏ। ଏହି ସମ୍ପ୍ରଦାୟ ବ୍ୟତୀତ ଅନ୍ୟ କୌଣସି ଲୋକ କନ୍ୟା କିଣିପାରିବେ ନାହିଁ ବୋଲି ନିୟମ ରହିଛି।

Share