Categories: ଫୁରସତ

ଏଠାରେ ଯୁବତୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇ ନେଇ ବିବାହ କରିଥାନ୍ତି ଯୁବକ

ଇଣ୍ଡୋନେସିଆ ବାଲିର ପୂର୍ବ ଭାଗରେ ସୁମ୍ବା ନାମକ ଏକ ଦ୍ୱୀପରେ ବିଭିନ୍ନ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ଅନୁସରଣ କରାଯାଇଥାଏ। କିନ୍ତୁ ବିବାଦୀୟ ପରମ୍ପରା ହେତୁ ଏହି ଦ୍ୱୀପ ଚର୍ଚ୍ଚାରେ ରହିଥାଏ। ପ୍ରକୃତପକ୍ଷେ ସୁମ୍ବାରେ ଯଦି କେହି ଯୁବକଙ୍କ କୌଣସି ଯୁବତୀ ପସନ୍ଦ ଆସିଲେ ତେବେ ସେ ତାଙ୍କୁ ଅପହରଣ କରି ନେଇ ବଳପୂର୍ବକ ବିବାହ କରିଥାନ୍ତି।


ଏହି ପ୍ରଥା ଅନୁଯାୟୀ, ପୁଅର ସମ୍ପର୍କୀୟମାନେ ତାଙ୍କ ସହିତ ମିଶି ଝିଅ ଅପହରଣରେ ସାହାଯ୍ୟ କରିଥାନ୍ତି। ଏଠାରେ ଏହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ। ଏହି ବିବାହରେ ଯୁବତୀଙ୍କ ଇଚ୍ଛାକୁ ଦେଖାଯାଏ ନାହିଁ। ଫଳରେ ଏପରି ବିବାହରେ ଯୁବତୀଙ୍କ ସ୍ବପ୍ନ ଭାଙ୍ଗି ଯାଇଥାଏ। ସେମାନଙ୍କୁ ମାନସିକସ୍ତରରେ ବହୁ ନକାରାତ୍ମକ ଭାବରେ ପ୍ରଭାବିତ ହେବାକୁ ପଡ଼ିଥାଏ।


ଏହି ଦ୍ୱୀପରେ ପ୍ରାୟ ସାଢ଼େ ୭ ଲକ୍ଷ ଲୋକ ବାସ କରନ୍ତି। ମାନବାଧିକାର ଗୋଷ୍ଠୀ ଏବଂ ମହିଳା ଅଧିକାର ଗୋଷ୍ଠୀ ଏହି ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ତେବେ ଚଳିତବର୍ଷ ସୋସିଆଲ ମିଡିଆରେ ଦୁଇଜଣ ଯୁବତୀଙ୍କୁ ଅପହରଣ କରିବାର ଭିଡିଓ ଭାଇରାଲ ହେବା ପରେ ଇଣ୍ଡୋନେସିଆ ସରକାର ଏହି ପ୍ରଥାକୁ ବନ୍ଦ କରିବା ପ୍ରତି ଧ୍ୟାନ ଦେଉଛନ୍ତି। ଆଧୁନିକ ଯୁଗରେ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଉଦ୍ୟମ କରାଯିବ। କାରଣ ଏହା ମହିଳାଙ୍କ ଅଧିକାର ବିରୋଧ ଅଟେ ବୋଲି ଇଣ୍ଡୋନେସିଆର ମନ୍ତ୍ରୀ ବିନ୍‌ତାଙ୍ଗ କହିଛନ୍ତି।

Share