Categories: ଫୁରସତ

ଝିଅ ବିଦା ସମୟରେ କାନ୍ଦିବା ବଦଳରେ ଏମିତି କଲେ ବରକନ୍ୟା, ଲୋକେ କହିଲେ…

ଆଜିକାଲି ସୋସିଆଲ ମିଡିଆରେ ବିବାହର ମଜାଳିଆ ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ହସ ରୋକି ପାରିବେ ନାହିଁ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର- କନ୍ୟା ବିଦାୟ ସମୟରେ ଏମିତି ଅଜବ କାମ କରିଛନ୍ତି ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ହସିହସି ଗଡୁଛନ୍ତି।

ସାଧାରଣତଃ ଝିଅ ବିଦା ସମୟରେ କନ୍ୟା କାନ୍ଦିବା ସହ ପରିବାର ଲୋକେ ମଧ୍ୟ କାନ୍ଦିଥାନ୍ତି। ମାତ୍ର ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏକ ଭିଡିଓରେ ବିବାହ ଶେଷ ହେବା ପରେ ବିଦାୟ ସମୟ ଆସିଛି। ଘର ବାହାରେ ଏକ କାର୍‌ ଠିଆ ହୋଇଛି। କାର୍‌ ନିକଟରେ ବନ୍ଧୁବାନ୍ଧବ ପରିବାର ଲୋକେ ଏବଂ ବରକନ୍ୟା ଠିଆ ହୋଇଛନ୍ତି। ଏହି ସମୟରେ ବର ପ୍ରଥମେ ନାଚି ନାଚି କାର୍‌ ନିକଟକୁ ଯାଉଛନ୍ତି। କନ୍ୟା ମଧ୍ୟ ତାଙ୍କ ପଛରେ ନାଚି ନାଚି ଯାଉଛନ୍ତି। ଆପଣ କୁହନ୍ତୁ ଝିଅ ବିଦା ସମୟରେ ଏପରି କେବେ ଘଟଣା ଦେଖିଛନ୍ତି କି?

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ଲୋକମାନେ ଭିଡିଓରେ ବେଶ୍‌ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା କି ବିଦାୟ? ଅନ୍ୟ ଜଣେ ଲେଖିଛନ୍ତି, ଏସବୁ କ’ଣ ଚାଲିଛି। ଏହିପରି ଅନେକ ୟୁଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି।

Share