Categories: ଫୁରସତ

ଗାଡ଼ିରେ ବସିବା ପରେ ‘କାହିଁକି କେହି କାନ୍ଦୁନ’ ବୋଲି ପଚାରିଲେ ବଧୂ; ଜବାବ ଶୁଣି…

ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଗୋଟିଏରୁ ବଳି ଆରେକ ମଜାଦାର ଭିଡିଓ ଭାଇରାଲ ମଧ୍ୟ ହେଉଛି। ସେଥିରୁ କିଛି ହସର ଖୋରାକ ଯୋଗାଉଥିବା ବେଳେ କିଛି ଭାବବିହ୍ବଳ କରୁଛି। ତେବେ ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଜଣେ ବଧୂଙ୍କୁ ବିଦା ସମୟରେ ‘କେହି କାନ୍ଦୁ ନାହାନ୍ତି କାହିଁକି’ ବୋଲି ପଚାରୁଥିବା ଦେଖାଯାଇଛି। ଜବାବରେ ଆମେ କାନ୍ଦିଲେ ଆମର ମେକ୍‌ଅପ୍‌ ଖରାପ ହୋଇଯିବ ବୋଲି ବିବାହରେ ଯୋଗ ଦେଇଥିବା ଅତିଥିମାନେ କହୁଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ‘wedding_visual’ ନାମକ ଆକାଉଣ୍ଟରୁ ଭିଡିଓକୁ ଶେୟାର କରାଯାଇଛି। ଭିଡିଓରେ ବିବାହର ଶେଷ କ୍ଷଣକୁ ଦେଖିବାକୁ ମିଳିଛି। ବଧୂ ବେଶ ଆରାମରେ କାର୍‌ରେ ବସିଥିବା ବେଳେ ମୁହଁରେ ହସ ରହିଛି। ସେ ଅତିଥିମାନଙ୍କୁ ‘କାହିଁକି କେହି କାନ୍ଦୁନ’ ବୋଲି ପଚାରୁଛନ୍ତି। ଏହାର ମଜାଦାର ଜବାବ ଦେଉଛନ୍ତି ସେମାନେ।
ଭିଡିଓକୁ ଏଯାବତ ୫୫ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଆପଣ ବି ଦେଖନ୍ତୁ…

Share