Categories: ଜାତୀୟ

ବରଣମାଳା ପିନ୍ଧାଇବା ପୂର୍ବରୁ କନ୍ୟା କଲେ ଏମିତି କାଣ୍ଡ; ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ପ୍ରତାପଗଡ,୧।୬: ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ବିବାହ ସମାରୋହରେ ବରକୁ ବରଣମାଳା ପିନ୍ଧାଇବା ପାଇଁ ଷ୍ଟେଜ୍‌ ଉପରକୁ ଯିବା ପୂର୍ବରୁ କନ୍ୟା ରିଭଲଭରରେ ଫାୟାରିଂ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ କନ୍ୟାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଇଛି। ସୂଚନାଯୋଗ୍ୟ, ପ୍ରତାପଗଡର ଜେଠଓ୍ବାରା କୋତବାଲୀ ଅନ୍ତର୍ଗତ ଲକ୍ଷ୍ମଣ ପୁରଓ୍ବା ଗ୍ରାମରେ ଏହି ଘଟଣା ଘଟିଥିଲା। ଏଠାରେ ରହୁଥିବା ଗିରିଜା ଶଙ୍କର ପାଣ୍ଡ୍ୟାଙ୍କ ଝିଅ ରୂପାଙ୍କ ବିବାହ ମେ ୩୦ରେ ଅନୁଷ୍ଠିତ ହୋଇଥିଲା। ବରଣମାଳା କାର୍ଯ୍ୟକ୍ରମ ଚାଲିଥିବାବେଳେ ରୂପା ବରଙ୍କ ହାତ ଧରି ଷ୍ଟେଜ୍‌ ଉପରକୁ ଯିବା ପୂର୍ବରୁ ଦାଦାଙ୍କ ହାତରୁ ଏକ ରିଭଲଭର ଆଣି ଫାୟାରିଂ କରିଥିଲେ। ଏହାଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ବିବାହରେ ଉପସ୍ଥିତି ଅତିଥିଙ୍କ ମଧ୍ୟରୁ କେହି ଜଣେ ଶୁଟ୍‌ କରିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି। ପୋଲିସ ଭିଡିଓ ବିବଷୟରେ ଜାଣି ସମ୍ପୃକ୍ତ କନ୍ୟା ଏବଂ ତାଙ୍କ ଦାଦାଙ୍କ ନାଁରେ ଏକ ମାମଲା ରୁଜୁ କରିଛି।

Share