Categories: ଫୁରସତ

ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ବେଦୀକୁ ଆସିଲେ କନ୍ୟା, ଫଟୋ ଭାଇରାଲ

ସାଧାରଣତଃ ବିବାହ ସମୟରେ ଭାରତୀୟ କନ୍ୟାମାନେ ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି। ଲେହେଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ ଗହଣା ପିନ୍ଧି ସଜେଇ ହୋଇଥାନ୍ତି। କେହି କେହି ଲେହେଙ୍ଗା ବଦଳରେ ଶାଢ଼ି ମଧ୍ୟ ପିନ୍ଧିଥାନ୍ତି। ମାତ୍ର ଏବେ ସମୟ ସହିତ ସବୁ ପରିବର୍ତ୍ତନ ହୋଇଛି। ଜଣେ ଭାରତୀୟ କନ୍ୟା ଶାଢ଼ି କିମ୍ବା ଲେହେଙ୍ଗା ବଦଳରେ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ବେଦୀକୁ ଆସିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଇଣ୍ଡୋ-ଆମେରିକୀୟ ସଞ୍ଜନା ଋଷି ତାଙ୍କ ବିବାହରେ ଲେହେଙ୍ଗା ବଦଳରେ ପ୍ୟାଣ୍ଟଶାର୍ଟ ପିନ୍ଧି ଏକ ନୂଆ ଧାରା ଆରମ୍ଭ କରିଛନ୍ତି। ଆଜିକାଲି ସେ ଏହି ବିବାହ ପୋଷାକ ପାଇଁ ଇଣ୍ଟରନେଟ୍‌ରେ ଅନେକ ହେଡ୍‌ଲାଇନ ପାଲଟିଛନ୍ତି। ଲାଇଟ୍‌ ବ୍ଲୁ ପ୍ୟାଣ୍ଟଶାର୍ଟ ସହିତ ସଞ୍ଜନାଙ୍କ ମୁଣ୍ଡରେ ଓଢ଼ଣୀ ଅଛି ଏବଂ ତାଙ୍କ ହାତରେ ପୁଷ୍ପଗୁଚ୍ଛ ମଧ୍ୟ ରହିଛି। ସଞ୍ଜନା ଏହି ଲୁକ୍‌ରେ ଖୁବ୍‌ ଶାନ୍ତ, ସରଳ ଏବଂ ସୁନ୍ଦର ଦେଖାଯାଉଛନ୍ତି।

ସଞ୍ଜନା କାନଫୁଲ ସହ ଅନ୍ୟ ଅଳଙ୍କାରମାନ ପିନ୍ଧିଛନ୍ତି। ସଞ୍ଜନା କୁହନ୍ତି, ସେ ପ୍ୟାଣ୍ଟଶାର୍ଟ ପିନ୍ଧିବାକୁ ଭଲ ପାଆନ୍ତି ଏବଂ ଏଥିରେ ଆରାମଦାୟକ ଅନୁଭବ କରନ୍ତି। ସେ କହିଛନ୍ତି , ବିବାହରେ ପିନ୍ଧିଥିବା ପ୍ୟାଣ୍ଟଶାର୍ଟ ବହୁ ପୁରୁଣା। ସେ ଏହାକୁ ବହୁ ପୂର୍ବରୁ ଏକ ଇଟାଲୀୟ ବୁଟିକ୍‌ରୁ କିଣିଥିଲେ। ଭାରତୀୟ ପରମ୍ପରାରେ ବିବାହ ପାଇଁ କେବଳ ରଙ୍ଗୀନ ପୋଷାକକୁ ଗୁରୁତ୍ୱ ଦିଆଯାଏ। ସଞ୍ଜନା ଟିକେ ଭିନ୍ନ ଧରଣର ପୋଷାକ ପିନ୍ଧିବାକୁ ମନସ୍ଥ କରିଛନ୍ତି। ଏହା ଦ୍ୱାରା ତାଙ୍କ ବିବାହକୁ ସେ ସ୍ମରଣୀୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି।

Share