Categories: ଫୁରସତ

ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…

ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପରସ୍ପରର ସାଥୀ ହୋଇଥାନ୍ତେ ବରକନ୍ୟା। କିନ୍ତୁ ହଠାତ୍‌ ବଦଳି ଗଲା ପରିସ୍ଥିତି। ବରକୁ ବିବାହ କରିବାକୁ ମନା କରିଦେଇଥିଲେ କନ୍ୟା। ଏହା ବଦଳରେ ବର ସାଙ୍ଗରେ ଆସିଥିବା ଏକ ଯୁବକକୁ ବିବାହ କରିବା ପାଇଁ କନ୍ୟା ଜିଦି କରିବସିଲେ। ସମସ୍ତଙ୍କ ଚକିତ କଲା ଭଳି ଏକ ଘଟଣା ଉତ୍ତରପ୍ରଦେଶର ସନ୍ଥକବୀର ନଗରରୁ ସାମ୍ନାକୁ ଆସିଛି। ସନ୍ଥ କବୀର ନଗରର ଘନଘାଟ ଥାନା ଅଞ୍ଚଳରେ ବୁଧବାର ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା। ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। କିନ୍ତୁ ବାହାଘର ପୂର୍ବରୁ ହଠାତ୍‌ କନ୍ୟା ଓ କନ୍ୟାଘର ଲୋକ ବର ସହ ବିବାହ କରିବାକୁ ମନା କରିଦେଇଥିଲା। କନ୍ୟା ଓ କନ୍ୟାଘର ଲୋକ ଅଭିଯୋଗ କରିଥିଲେ ଯେଉଁ ଯୁବକ ସହ ବିବାହ ଠିକ୍‌ ହୋଇଥିଲା ବର ସେହି ଯୁବକ ନ ଥିଲେ। ବରଂ ସେହି ଯୁବକ ବରଯାତ୍ରୀଙ୍କ ଗହଣରେ ଥିଲେ। ଏହାପରେ କନ୍ୟା ସେହି ଯୁବକଙ୍କୁ ବିବାହ କରିବା ପାଇଁ ଜିଦି କରିଥିଲେ। ଶେଷରେ ସ୍ଥାନୀୟ ପୋଲିସର ସହାୟତା ଲୋଡ଼ିଥିଲେ ଉଭୟ ପକ୍ଷ। ଏହାପରେ ଉଭୟପକ୍ଷ ମଧ୍ୟରେ ସମାଧାନ କରାଯାଇଥିଲା ଏବଂ ବର ବେଶରେ ଆସିଥିବା ଯୁବକକୁ ଶେଷରେ ବିବାହ କରିବା ପାଇଁ କନ୍ୟା ରାଜି ହୋଇଥିଲେ।

Share