Categories: ଫୁରସତ

ନାତୁଣୀଙ୍କ ବିବାହରେ ନାଚିଲେ ଜେଜେବାପା, ଭାବପ୍ରବଣ ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ବିବାହ ଉତ୍ସବରେ ଯେତିକି ମଜାଳିଆ ଘଟଣା ଘଟେ, ସେତିକି ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳେ। ବିଶେଷ ଭାବେ କନ୍ୟା ବିଦାୟୀ ସମୟରେ ସମସ୍ତଙ୍କ ଆଖିରେ ଲୁହ ଥାଏ। ନିକଟରେ ଜଣେ ଯୁବତୀଙ୍କ ବିବାହର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ କନ୍ୟା ନିଜ ଜେଜେବାପାଙ୍କ ହାତ ଧରି ବିବାହ ମଣ୍ଡପକୁ ଆସନ୍ତି। ଉଭୟ ଅତିଥିଙ୍କ ଆଗରେ ଏକାଠି ନାଚିବା ଆରମ୍ଭ କରନ୍ତି। ‘ୟୂ ଆର୍‌ ମାଇଁ ସନ୍‌ସାଇନ୍‌’ ଗୀତ ବାଜିବା କ୍ଷଣି ଜେଜେବାପା ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗନ୍ତି। ଯୁବତୀ ମଧ୍ୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି। ନିକଟରେ ବସିଥିବା ଅତିଥିମାନେ ମଧ୍ୟ ବହୁତ ଭାବପ୍ରବଣ ଦେଖାଯାନ୍ତି। ଉଭୟଙ୍କ ମଧ୍ୟରେ ବନ୍ଧନକୁ କିଛି ସେକେଣ୍ଡର ଭିଡିଓରୁ ବୁଝିହେବ।
ଇନଷ୍ଟାଗ୍ରାମ ୟୁଜର୍ସ ଯୋଡି ଫ୍ଲିନ ଫଟୋଗ୍ରାଫି ଦ୍ୱାରା ଅପଲୋଡ ହୋଇଥିବା ଏକ ଶେୟାର ହେବା ପରଠାରୁ ୯.୧ ମିଲିୟନ ଥର ଦେଖାଯାଇଛି। ଏହି ଭିଡିଓ ଅନେକ ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥିଲା।

Share