Categories: ଫୁରସତ

ବିବାହରେ ପୂର୍ବ ପ୍ରେମିକଙ୍କୁ ଦେଖି ‘ଆଲିଙ୍ଗନ କରିପାରିବେ କି’ ବୋଲି ସ୍ବାମୀଙ୍କୁ ପଚାରିଲେ ବଧୂ, ମିଳିଲା ଏଭଳି ଜବାବ

ନୂଆଦିଲ୍ଲୀ: ସବୁ ପ୍ରେମ ସମ୍ପର୍କ ବିବାହରେ ପହଞ୍ଚିବା ଆବଶ୍ୟକ ନୁହେଁ। ଅନେକ ଯୋଡ଼ି ଏଭଳି ଅଛନ୍ତି ଯେଉଁମାନେ ଆଗକୁ ବଢ଼ି ଅନ୍ୟର ହାତ ଧରିଥାନ୍ତି। ଏଭଳି ପରିସ୍ଥିତିରେ ସାଧାରଣତଃ ଲୋକମାନେ ନିଜର ଭାବି ସ୍ବାମୀ ଅଥବା ସ୍ତ୍ରୀଙ୍କଠାରୁ ନିଜର ସମ୍ପ+ର୍କ ବିଷୟରେ ଲୁଚାଇଥାନ୍ତି। ଅତୀତରେ କାହା ସହ ପ୍ରେମ ସମ୍ପର୍କ ଥିଲା ସେ ନେଇ ଜୀବନସାଥୀଙ୍କୁ କହିବାକୁ ଅସହଜ ମନେ କରନ୍ତି। ହେଲେ ସମୟ ସହ ଏବେ ଏହି ଧାରଣା ବଦଳି ଯାଇଛି। ଆଜିକାଲିର କେହି ନିଜର ପ୍ରେମ ସମ୍ପର୍କ ବିଷୟରେ ଲୁଚାଉ ନାହାନ୍ତି। ଏପରିକି ସେମାନେ ପୂର୍ବ ସାଥୀଙ୍କ ସହ ବନ୍ଧୁତା ଜାରି ରଖୁଛନ୍ତି। ହେଲେ ଯଦି କେହି ନିଜ ବିବାହରେ ପୂର୍ବ ପ୍ରେମିକଙ୍କୁ ଆଲିଙ୍ଗନ କରନ୍ତି, ତେବେ ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ବାଭାବିକ। ଇଣ୍ଡୋନେସିଆରେ ଏଭଳି ଏକ ସାମ୍ନାକୁ ଆସିଛି, ଯେଉଁଠାରେ ବଧୂ ନିଜର ପୂର୍ବପ୍ରେମିକଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାକୁ ଆସିଛନ୍ତି। ନିଜେ ବଧୂ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ବେଶ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଏପରି। ବଧୂଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କର ପୂର୍ବ ପ୍ରେମିକ ପହଞ୍ଚିଥିଲେ। ସେଠାରେ ସେ ହ୍ୟାଣ୍ଡସେକ୍‌ କରିବାକୁ ହାତ ବଢ଼ାଇଥିଲେ। ଏହାଦେଖି ବଧୂ ସ୍ବାମୀଙ୍କଠାରୁ ଅନୁମତି ମାଗିଥିଲେ। ଏହାପରେ ସେ ସହମତି ଦେଇଥିଲେ। ଏହାପରେ ଉଭୟ ଆଲିଙ୍ଗନ କରିଥିଲେ। ପରେ ବଧୂଙ୍କ ସ୍ବାମୀଙ୍କୁ ମଧ୍ୟ ଯୁବକଜଣଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଶ୍‌ କିଛି ସମୟ ଉଭୟ କଥା ମଧ୍ୟ ହୋଇଥିଲେ। ବଧୂ ଏହି ଭିଡିଓକୁ ଶେୟାର କରିବା ପରେ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି। କିଛି ଲୋକ ତାଙ୍କର ସମାଲୋଚନା କରୁଥିବା ନଜର ଆସୁଛି।

Share