Categories: ଫୁରସତ

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି।

ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବେଦୀରେ ସାତଫେରା ନେଇଥାନ୍ତି। ଏହା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ। ମାତ୍ର ଏହି ବିବାହରେ ବରକନ୍ୟା ନାଚି ନାଚି ଗୀତ ଗାଇ ସାତଫେରା ନେଇଛନ୍ତି। ଏହା ଦେଖି ଉପସ୍ଥିତ ଅତିଥିମାନେ ହସିଛନ୍ତି।

ଭିଡିଓଟିକୁ ବିର୍ଲା ପ୍ରିସନ ଟେକ୍ନୋଲୋଜିର ଚେୟାରମ୍ୟାନ ତଥା ଏମ୍‌ଡି ବେଦାନ୍ତ ବିର୍ଲା ଶେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପଶନ ଲେଖିଛନ୍ତି, ଏହା ବିବାହ ନା ସଂସ୍କାରକୁ ଜାଳି ପୋଡ଼ିବା?

କିନ୍ତୁ ବେଦାନ୍ତ ବିର୍ଲା ଭିଡିଓ ଶେୟାର କରି ଏହା ଅପସଂସ୍କୃତି ବୋଲି କହିଛନ୍ତି। ଏକଥା ବି ଲେଖିଛନ୍ତି, ଏହା ଆପଣ ଜମା ଭୁଲନ୍ତୁ ନାହିଁ ଯେ, ଦୁନିଆରେ ଯଦି ପୂଜନୀୟ ହେବେ ତେବେ ନିଜର ସଂସ୍କୃତି ଏବଂ ସଂସ୍କାରକୁ ଭଲପାଅ।

ଭିଡିଓଟି ମାର୍ଚ୍ଚ ୨ ତାରିଖରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୨୦୦୦ ଲୋକ ଲାଇକ୍‌ କରିଥିବା ବେଳେ ୪.୨ ଲକ୍ଷ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି ଏହା ଅତ୍ୟନ୍ତ ଘୃଣିତ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଅପମାନଜନକ। ଆଉ କିଛି ୟୁଜର କହିଛନ୍ତି ଏମିତି ବି ବିବାହ ହୁଏ କି?

Share