ବେଆଇନ ଭାବେ ଚାଲିଛି ଇଟା ଭାଟି, ବଢ଼ୁଛି ପ୍ରଦୂଷଣ

ନବରଙ୍ଗପୁର,୩୦।୩(ବି.ପ୍ର.):ନବରଙ୍ଗପୁର ଜିଲାରେ ଖୁଲମଖୁଲା ଚାଲିଛି ବେଆଇନ ଇଟାଭାଟି। ରାଜସ୍ବ ବିଭାଗ ଜାଣିଶୁଣି ଚୁପ୍‌ ବସିଛି। ଗ୍ରାମୀଣ କ୍ଷେତ୍ରରେ କାମ କରିବା ଓ ରାଜସ୍ବ ଆଦାୟ ପାଇଁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରହିଛନ୍ତି। ତହସିଲଦାରଙ୍କୁ ରାଜସ୍ବ ବିଭାଗ କର୍ମଚାରୀମାନେ ବେଆଇନ ଇଟାଭାଟି ସମ୍ପର୍କରେ ଜଣାଉନାହାନ୍ତି। କେତେଜଣ ରାଜସ୍ବ କର୍ମଚାରୀ ହାତଗୁଞ୍ଜା ନେଇ ବେଆଇନ ଇଟାଭାଟି ପାଇଁ ବେସରକାରୀଭାବେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।
ତହସିଲ ଅଧୀନ କୁସୁମଝର ଜଳଭଣ୍ଡାର ପରିସର ଖଣ୍ଡୁଗୁଡ଼ା ନିକଟରେ ୧୬ଟି, ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ପଞ୍ଚାୟତ ଅଧୀନ ଗେଲା ଗାଦବାଗୁଡ଼ା ଗାଁ ନିକଟରେ ୧୦ ଇଟାଭାଟି ରହିଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଅନେକ ଚିନ୍ତାରେ ରହିଛନ୍ତି। କୁସୁମଝର ଜଳଭଣ୍ଡାର ନିକଟରେ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ହିର୍ଲି ପାହାଡ଼ ରହିଛି । ବେଆଇନ ଇଟାଭାଟି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି। ଫଳରେ ସ୍କୁଲ ଛାତ୍ରୀଛାତ୍ର ପାଠ ପଢ଼ିବାରେ ସମସ୍ୟା ହେଉଥିବା ନେଇ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ। ଗେଲାଗଦବାଗୁଡ଼ା ବେଆଇନ ଇଟା ଭାଟି ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଇଟା ପଡ଼ିବା ବେଳେ ତାହାର ପ୍ରଦୂଷଣ ଶିଶୁ ଓ ମାତୃ ଚିକିତ୍ସା ବିଭାଗକୁ ପ୍ରବେଶ କରୁଛି। ସରକାର ବେଆଇନ ଇଟାଭାଟି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନବରଙ୍ଗପୁର ଜିଲାରେ ଏହାର ଖୁଲମଖୁଲା ଉଲ୍ଲଂଘନ ହେଉଛି। ଫ୍ଲାଏଆଶ୍‌ ଇଟା ପ୍ରସ୍ତୁତ ପାଇଁ ଅନେକ ବ୍ୟବସାୟୀ ବ୍ୟାଙ୍କ ଲୋନ୍‌ କରି ପ୍ରକଳ୍ପଗୁଡ଼ିକ କ୍ଷତିରେ ଚଳାଇଛନ୍ତି । ସରକାର ମଧ୍ୟ ଫ୍ଲାଏଆଶ୍‌ ଇଟା ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ କେତେକ ରାଜସ୍ବ କର୍ମଚାରୀଙ୍କ ଯୋଗୁ ବେଆଇନ ଇଟାଭାଟି ଚାଲିବା ଦ୍ୱାର ଫ୍ଲାଏଆଶ୍‌ ଇଟା ବ୍ୟବସାୟୀ କ୍ଷତି ସହି ପ୍ରକଳ୍ପ ବନ୍ଦ କରିବା ସ୍ଥିତିକୁ ଆସିଲେଣି। ଏନେଇ ନବରଙ୍ଗପୁର ତହସିଲଦାର ଜୟଦେବ ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ମୁଁ ନୂଆରେ ଜଏନ କରିଛି। ରାଜସ୍ବ ନିରୀକ୍ଷକମାନେ କିଭଳି ବେଆଇନ ଇଟାଭାଟି ସମ୍ପର୍କରେ ଜଣାଉ ନାହାନ୍ତି ତାହା ଏବେ ଜାଣିଲି। ଏନ୍‌ଫୋର୍ସ ଟିମ୍‌ କରାଯାଇ ବେଆଇନ ଇଟାଭାଟିଗୁଡ଼ିକ ଉପରେ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri