ଲାଞ୍ଚ ମାମଲା: ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ ୩ବର୍ଷ ଜେଲ

ଭବାନୀପାଟଣା,୨୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଜଳଛାୟା ପ୍ରକଳ୍ପ -୧ର ପୂର୍ବତନ ପ୍ରକଳ୍ପ କାର୍ଯ୍ୟକାରୀ କର୍ତ୍ତୃପକ୍ଷ ତଥା କନିଷ୍ଠ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅମର କୁମାର ଦାସ ୨୦୦୯ର ଏକ ଲାଞ୍ଚ ମାମଲାରେ ଶୁକ୍ରବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣାସ୍ଥିତ ଜିଲା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ବଦ୍ରି ନାରାୟଣ ନନ୍ଦ ଏହି ମାମଲାର ବିଚାର କରି ଅଭିଯୁକ୍ତ ଦାସଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ୩ ମାସ ଅତିରିକ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଟଣା ଆର୍‌ଇଓ କଲୋନିର ଅଭିଯୋଗକାରୀ ସଞ୍ଜୀବ କୁମାର ପାତ୍ର ନର୍ଲା ଦଧିବାମନ ମାଇକ୍ରୋ ୱାଟରଶେଡ ପ୍ରୋଜେକ୍ଟ -୧ରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନିରୀକ୍ଷଣ କରୁଥିବାବେଳେ ବିନିଯୋଗ ପ୍ରମାଣପତ୍ର ଜରିଆରେ ଏକ କାମର ଅନୁଦାନ ରିଲିଜ କରିବାକୁ ଅଭିଯୁକ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାସଙ୍କୁ ଅନୁରୋଧ କରିଥିଲେ। ତେବେ ଏହି କାମ କରିଦେବା ପାଇଁ ସେ ୬୮୬୫ ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଅଭିଯୋଗକାରୀ ପାତ୍ର ୧୧ା୧୧ା୨୦୦୯ରେ ଭବାନୀପାଟଣା ଭିଜିଲାନ୍ସ ବିଭାଗଠାରେ ଅଭିଯୋଗ କରିଥିଲେ। ଏହାର ଦିନକ ପରେ ଅର୍ଥାତ୍‌ ୧୨ ତାରିଖରେ ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀ ପାତ୍ରଙ୍କଠାରୁ ଅଭିଯୁକ୍ତ ଦାସ ୬୮୬୫ ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡି ବସିଥିଲା। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଧୀର କୁମାର ପଣ୍ଡା ଓ ଇମ୍ରାନ ଖାଁ ଏହି ମାମଲା ପରିଚାଳନା କରୁଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୨: ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ। ମାତାପିତାମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ବିଷୟରେ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ନବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟପାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା…

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri