Posted inUncategorized

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ ଟଙ୍କା ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହାର ତଦନ୍ତ ଦାବି କରି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ସୋମବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଗୋପ ଅଞ୍ଚଳର ସଂଗ୍ରାମ ପରିଡ଼ା ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ପ୍ରସବ ଲାଗି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏଠାରେ ଅଧିକାରୀମାନେ ତାଙ୍କୁ ଲାଞ୍ଚ ମାଗିଥିଲେ। ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାହାନାରେ ଏହି ଟଙ୍କା ମେଡିକାଲ କର୍ମଚାରୀ ନେଇଛନ୍ତି। ପ୍ରଥମେ ପ୍ରସୂତିଙ୍କ ପରିବାରକୁ ଓଟି ଚାର୍ଜ, ଷ୍ଟ୍ରେଚର ଚାର୍ଜ ବାବଦକୁ ୨୨ଶହ ଟଙ୍କା ଏବଂ ପରେ ପୁଣି ୯ଶହ ଟଙ୍କା ମଗାଯାଇଥିଲା। ଟଙ୍କା ନ ଦେଲେ ସେମାନେ ନବଜାତ ଶିଶୁକୁ ଡିସଚାର୍ଜ କରିବେ ନାହିଁ ବୋଲି କହିଥିବା ସଂଗ୍ରାମ ଅଭିଯୋଗ କରିଛନ୍ତି। ଲାଞ୍ଚ କାରବାରର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଅନ୍ୟପକ୍ଷରେ ଏ ନେଇ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ପୁରୀ ସିଡିଏମ୍‌ଓଙ୍କୁ ପଚାରିବାରେ ସେ କୌଣସି ମାମଲା ନେଇ କୋର୍ଟରେ ଥିବା କହି ଫୋନ କାଟିଦେଇଥିଲେ। ସେହିପରି ଜଣେ ଏଡିଏମ୍‌ଓ ନିଜ ସମ୍ପର୍କୀୟଙ୍କ କୌଣସି ଏକ ଉତ୍ସବରେ ସାମିଲ ଥିବା କହି ଫୋନ୍‌ କାଟିଦେଇଥିଲେ। ତେବେ ଅନ୍ୟଜଣେ ଏଡିଏମ୍‌ଓ ଏ ନେଇ କିଛି ଖବର ପାଇ ନ ଥିବା କହିବା ସହ ବୁଝିବା ପରେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚହଳ ପକାଇଲେ ବିରାଟ କୋହଲି: ରୋହିତ ଶର୍ମାଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ,୧୦।୧୧: ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିରାଟ କୋହଲିଙ୍କ ଚମତ୍କାରିତା ପ୍ରଥମେ ପଡ଼ିଆରେ ଦେଖାଯାଇଥିଲା। ଏବଂ ଏବେ ଏହି ଅଭିଜ୍ଞ ଖେଳାଳି ICC ରାଙ୍କିଙ୍ଗରେ ମଧ୍ୟ...

ରଣବୀରଙ୍କ ମୁଭି ‘ଧୁରନ୍ଧର’କୁ ନେଇ ବେଲୁଚିସ୍ତାନରେ ହଙ୍ଗାମା, ଆସିଲା ଅନେକ ଅଭିଯୋଗ

ଇସଲାମାବାଦ,୯।୧୨: ରଣବୀର ସିଂହଙ୍କ ନୂଆ ମୁଭି, ‘ଧୁରନ୍ଧର’ ବକ୍ସ ଅଫିସରେ ଏକ ଭଲ ଆରମ୍ଭ କରିଛି, କିନ୍ତୁ କାହାଣୀର କିଛି ଅଂଶ ଏକ ନୂଆ ବିବାଦ...

ତୁମ ପାଇଁ ଅଛି ମୁଁ

ମୁଁ ତୁମ ପାଇଁ/ତୁମେ ମୋ ପାଇଁ/କୋଳାକୋଳି ହେବା ଆମେ / ଦୁହେଁ ଦୁହିଁଙ୍କ ପାଇଁ/ ସବୁକିଛି ଆମର/ ପର କଥା କି ଦରକାର /ବାକି ଯାହା...

ଓଡ଼ିଶା: ଆଜିର ଫଟୋ (୧ ଡିସେମ୍ବର, ୨୦୨୫ )

BJEM School – ୫୧ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍ଘାଟନ ଉତ୍ସବ

‘ତୁମ ପାଇଁ ସେନାରେ ସ୍ଥାନ ନାହିଁ’ ଇସାଇ ଅଧିକାରୀଙ୍କୁ କାହିଁକି ଏମିତି କହିଲେ କୋର୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଗୁରୁଦ୍ୱାରରେ ପ୍ରାର୍ଥନାରେ ଯୋଗ ଦେବାକୁ...

ହ୍ୟୁମାନଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର…

ଭୁବନେଶ୍ୱର,୨୪।୧୧: ହ୍ୟୁମାନ ମୃତ୍ୟୁକୁ ନେଇ ତେଜୁଛି ଅସନ୍ତୋଷ। ଗୃହ ବିଭାଗର ଦ୍ୱାରସ୍ଥ ହେଲା ଓଡ଼ିଶା ସିଭିଲ ସୋସାଇଟି। ନିରପେକ୍ଷ ତଦନ୍ତ ସହ ମୃତ୍ୟୁ ରହସ୍ୟ ଉନ୍ମୋଚନ...

ଧର୍ମେନ୍ଦ୍ର ଚାହୁଁ ନ ଥିଲେ ହେମାମାଳିନୀ ରାଜନୀତି କରନ୍ତୁ….

ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଆଉ କେଇଟା ଦିନ ପରେ ଡିସେମ୍ବର ୮ରେ ସେ ତାଙ୍କର ଜନ୍ମଦିନ ପାଳନ...

ନିର୍ବାଚନ ଫଳାଫଳ ପୂର୍ବରୁ ଲାଗିଲା ନୀତୀଶଙ୍କ ପୋଷ୍ଟର, ସମର୍ଥକ କହିଲେ ଟାଇଗର…

ପାଟନା,୧୩।୧୧: ବିହାରର ୨୪୩ ବିଧାନସଭା ଆସନର ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ, ଅନେକ ଏକଜିଟ ପୋଲ ପ୍ରକାଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri